ଦେଶବ୍ୟାପୀ ‘ଚକା-ଜାମ୍‌’ ଜାରି

0
51

ନୂଆଦିଲ୍ଲୀ: ଆଜି ସାରା ଦେଶରେ ମଧ୍ୟାହ୍ନ ୧୨ଟାରୁ ‘ଚକା ଜାମ୍‌’ ଆରମ୍ଭ ହୋଇଯାଇଛି। କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରି କୃଷକମାନଙ୍କ ପକ୍ଷରୁ ହେଉଥିବା ଏହି ‘ଚକା ଜାମ୍‌’ ସମୟରେ ବିଭିନ୍ନ ରାଜ୍ୟରେ  ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ଅବରୋଧ କରାଇଛି। ଫଳରେ ଅବରୋଧ ସ୍ଥଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାଜଧାନୀ ଦିଲ୍ଲୀ ଭିତରକୁ ପଶିବେ ନାହିଁ ବୋଲି ସୂଚନା ଦେଇ କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଚକାଜାମ୍ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜାରି ରହିବ।

ପଞ୍ଜାବ ଓ ହରିଆଣାର କୃଷକମାନେ ‘ଚକା ଜାମ୍‌’ ସମୟରେ ରାଜ୍ୟର ବିଭିନ୍ନ ରାଜ୍ୟ ଓ ଜାତୀୟ ରାଜପଥକୁ ବନ୍ଦ କରିଛନ୍ତି। ଗାଜିପୁର ଆନ୍ଦୋଳନସ୍ଥଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here