ବାଙ୍କୀ ବନ୍ଦ, ଗାଡି ମଟର ଠପ୍‌…

0
163
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଆଜି ବାଙ୍କୀ ବନ୍ଦ । ବାଙ୍କୀ ଖଜୁରିପଦା ଡବଲ ମର୍ଡର ଘଟଣାରେ ପୋଲିସର ହାତ ଏଯାଏଁ ଖାଲି ଥିବାରୁ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀରେ କଂଗ୍ରେସ ପକ୍ଷରୁ ୧୨ଘଂଟିଆ ବାଙ୍କୀ ବନ୍ଦ ପାଳନ କରାଯାଉଛି । ଫଳରେ ଦୋକାନ ବଜାର ବନ୍ଦ ରହିଛି । କଂଗ୍ରେସ କର୍ମୀମାନେ ବିଭିନ୍ନ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିବା ସହ ପିକେଟିଂ କରିଥିଲେ । ଫଳରେ ବାଙ୍କୀ-କଟକ-ବୈଦେଶ୍ୱର-କଳାପଥର ରାସ୍ତାରେ ଗାଡି ଚଳାଚଳ ଠପ୍ ହୋଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ୍ ଫୋର୍ସ ମୂତୟନ କରାଯାଇଛି । ସୂଚନାନୂସାରେ ଗତ ୧୫ ତାରିଖରେ ବାଙ୍କୀ ନୂଆ ଗାଁ ସରପଂଚଙ୍କ ସ୍ୱାମୀ ଭଗବାନ ଓ ତାଙ୍କ ସହଯୋଗୀ ତଥା ସାମ୍ବାଦିକ ଆଦିତ୍ୟ ରଣ ସିଂଙ୍କୁ ହତ୍ୟା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here