ଏଥର ‘ଭାଲେଂଟାଇନ୍ ଡେ’ କୁ ବିରୋଧ କରିବନି ବଜରଙ୍ଗୀ ଦଳ

0
288
abcd
abcd

ଆଗକୁ ଆସୁଛି ଭାଲେଂଟାଇନ୍ ଡେ । ଉତ୍ସାହିତ ପ୍ରେମୀଯୁଗଳ । ତେବେ ସେମାନଙ୍କର ମଉଜ ମଜଲିସ୍ ପାଇଁ ସବୁବେଳେ ବାଧକ ସାଜିଥାଏ ବଜରଙ୍ଗୀ ଦଳ । ହେଲେ ଏଥର କିନ୍ତୁ କିଛି ଅଲଗା ହେବ । ଏଥର ଆଉ ଭାଲେଂଟାଇନ୍ ଡେକୁ ବିରୋଧ କରିବନି ବଜରଙ୍ଗୀ ଦଳ । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ଏଠାରେ ସବୁ ଧର୍ମର ମର୍ଯ୍ୟାଦା ରହିଛି । ସମସ୍ତେ ନିଜ ନିଜ ଧର୍ମକୁ ପାଳନ କରିପାରିବେ । ତେବେ ଭାଲେଂଟାଇନ୍ ଡେ ଏକ ପାଶ୍ଚାତ୍ୟ ପରମ୍ପରା ହୋଇଥିବାରୁ ସବୁ ଧର୍ମର ଯୁବପିଢ଼ୀ ଏହାକୁ ଧୁମଧାମରେ ପାଳନ କରୁଛନ୍ତି କିନ୍ତୁ ବଜରଙ୍ଗଦଳ କେବେ କୌଣସୀ ଧାର୍ମିକ କାର୍ଯ୍ୟକ୍ରମକୁ ବିରୋଧ କରିନି କି ଆଗକୁ ମଧ୍ୟ କରିବନି ବୋଲି ବଜରଙ୍ଗ ଦଳ ପକ୍ଷରୁ ଘୋଷଣା କରାଯାଇଛି । ତେବେ କିଛି ଅସମାଜିକ ଲୋକ ବଜରଙ୍ଗୀ ଦଳର ଫାଇଦା ନେଇ ଅନେକ ଅଘଟଣ ଘଟାଇଥାନ୍ତି ହେଲେ ଚଳିତ ଥର ଏପରି କିଛି ଘଟିଲେ ଉକ୍ତ ବ୍ୟକ୍ତି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନନେବା ପାଇଁ ସଂଗଠନ ପକ୍ଷରୁ ପୋଲିସକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here