ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଟ୍ୱିଟ୍

0
30

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷା ବାତିଲ୍‌ ହେବ କି ନାହିଁ । ଏ ନେଇ ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସେପଟେ, ଏହି ପରୀକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ନିର୍ଭର ‌କରେ। ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ଗ୍ରହଣ ଲାଗି ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାରେ ବି ଯୁକ୍ତ୨ ମାର୍କର ଆବଶ୍ୟକତା ବେଶି ରହୁଛି। ତେଣୁ କମ୍‌ ମାର୍କ ହେଲେ ମଧ୍ୟ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଇବା ଠିକ୍‌ ହେବ ନାହିଁ ବୋଲି ଶିକ୍ଷାବିତ୍‌ଙ୍କ ମତ ଦେଇଛନ୍ତି ।ସେହିଭଳି ସମସ୍ତଙ୍କ ପରୀକ୍ଷା ବାତିଲ୍‌ ହୋଇସାରିଲାଣି । ଆମର କାହିଁକି ପକାଇ ରଖିଛନ୍ତି । ସେମାନେ ସବୁ ଆପଣଙ୍କ ପିଲା, ଆମେ କ’ଣ ପିଲା ନୋହୁଁ । ସେମାନଙ୍କର ଭବିଷ୍ୟତ ଅଛି ଆମର ଆଉ ଭବିଷ୍ୟତ ନାହିଁ । ପଢ଼ିବା ପାଇଁ ଆମ ବାପା ମା’ କ’ଣ ଆମକୁ ପଇସା ଦେଉନାହାନ୍ତି । ଯେତେଶୀଘ୍ର ସମ୍ଭବ ଆମ ପରୀକ୍ଷା ବାତିଲ୍‌ କର। ନ ହେଲେ ଯାହା ନିଷ୍ପତ୍ତି ନେଉଛ ତୁରନ୍ତ ନିଅ । ଆମେ ମାନସିକ ଅଶାନ୍ତିରେ ରହୁଛି। ପରୀକ୍ଷା ଦେବାକୁ ଆମର ଆଉ ଇଚ୍ଛା ନାହିଁ ।’ ଏଭଳି ଭାବେ କାଲି ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଟ୍ୱିଟ୍ କରିଛନ୍ତି । କରୋନା କ୍ରମାଗତ ଭାବେ ଗୁରୁତର ଓ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି । ଆମକୁ ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ପଡିବ । ଛାତ୍ରଛାତ୍ରୀ ଅଧ୍ୟୟନରେ ଏକାଗ୍ର ହେବା ଆବଶ୍ୟକତା ରହିଛି । ଅଫଲାଇନ୍ ହେଉ ବା ଅନଲାଇନ ହେଉ ଜ୍ଞାନ ହାସଲ କରନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here