ବିବାହ ବନ୍ଧନରେ ଆବଦ୍ଧ ହେଲେ ଅର୍ଦ୍ଧେନ୍ଦୁ ଓ ପଲ୍ଲବୀ…

0
303
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଶେଷରେ ପଡିଲା ହାତଗଣ୍ଠି । କ୍ୟାମେରା ସାମ୍ନାରେ ବହୁଥର ମିଛି ମିଛିକା ବର ସାଜିଥିବା ଓଲିଉଡ ନାୟକ ଅର୍ଦ୍ଧେନ୍ଦୁ ଦାସ ଶେଷରେ ସତସତିକା ବର ସାଜଛନ୍ତିି । ପିପିଲି ବିଧାୟିକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୁନ୍ଦରୀ ପଲ୍ଲବୀ ବଧୂ ବେଶରେ ସଜେଇ ଖୁବ ସୁନ୍ଦର ଲାଗୁଥିବାବେଳେ ବାଜା ବାଣ ରୋଷଣୀ ସହ ବରଯାତ୍ରୀ ନେଇ ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାଉଣ୍ଡରେ ବେଶ ଧୁମ୍ ଧାମରେ ପହଁଚିଛନ୍ତି । ଏହି ହାଇପ୍ରୋଫାଇଲ୍ ବାହାଘରରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ବହୁ ସଦସଦସ୍ୟଙ୍କ ସମେତ ରାଜନେତା, ବ୍ୟବସାୟୀ, ଅଭିନେତା ଓ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ । ତେବେ ନୟାପଲ୍ଲୀ ସ୍ଥିତ ଇଡକଲ୍ ରାଉଣ୍ଡରେ ରିସେପ୍ସନ ପାର୍ଟି ଆୟୋଜିତ ହେବ । ପଲ୍ଲବୀ ପେସାରେ ଜଣେ ଡାକ୍ତର ହୋଇଥିବାବେଳେ ଅର୍ଦ୍ଧେନ୍ଦୁ ଓଲିଉଡରେ ଜଣେ ଜଣାଶୁଣା ଅଭିନେତା ।

LEAVE A REPLY

Please enter your comment!
Please enter your name here