ଦୋଷ ମାନିଲା ଅନୁପ

0
459
abc
abc

ଛତିଶଗଡରେ ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କ ସମ୍ପୃକ୍ତି ନେଇ ଖୁଲାସା କରିଛି ରାୟଗଡ ପୋଲିସ୍ । ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ଅନୁପଙ୍କ ବିରୋଧରେ ଷ୍ଟ୍ରଙ୍ଗ ପ୍ରମାଣ ମିଳିଛି ଏବଂ ଅନୁପଙ୍କର ଡିଏନଏ ଏବଂ ନାର୍କୋଟିକ୍ ଟେଷ୍ଟ କରାଯିବ ବୋଲି ରାୟଗଡ ଏସ୍ପି ସନ୍ତୋଷ ସିଂହ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନାନୂସାରେ ଅନୁପଙ୍କର ମୃତ କଳ୍ପନାଙ୍କର ସହ ଘନିଷ୍ଠ ସର୍ମ୍ପକ ଥିଲା ବୋଲି ନିଜ ଦୋଷ ସ୍ୱିକାର କରିଛନ୍ତି ଅନୁପ ସାଏ । ୨୦୧୬ରେ ରାୟଗଡ ଜଙ୍ଗଲରୁ ମାଆ ଓ ଝିଅଙ୍କର ମୃତଦେହ ମିଳିଥିଲା । ମୃତଦେହ ମିଳିବାର ବର୍ଷେ ପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରିନଥିଲା । ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ୍ ମୃତକଙ୍କର ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଇଥିବାବେଳେ ମୃତକଙ୍କର ଭାଇ ପୋଷ୍ଟର ଦେଖି ଚିହ୍ନଟ କରିଥିଲେ । ପରେ ମହିଳାଙ୍କ ସର୍ମ୍ପକରେ ସବିଶେଷ ତଥ୍ୟ ମିଳିଥିଲା । ମୃତକଙ୍କର ଅନୁପ ସାଏଙ୍କ ସହ ସର୍ମ୍ପକ ଥିଲା ବୋଲି ଭାଇ ଅଭିଯୋଗ କରିଥିଲେ । ଏହି ମାମଲାରେ ୬ଟି ରାଜ୍ୟର ପ୍ରାୟ ୭ଶହ ଲୋକଙ୍କୁ ଜେରା କରିଥିଲା । ତଦନ୍ତ ବେଳେ ପୋଲିସର ଜଣଙ୍କ ଉପରେ ନଜର ଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ପୋଲିସ୍ ୬ମାସ ଧରି ନଜର ରଖିଥିଲା । ତେବେ ସେହି ବ୍ୟକ୍ତି ଜଣକ ଅନୁପ ସାଏର ଯୋଗାଯୋଗରେ ରହିଥିଲା । ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ପୋଲିସ୍ ମାମଲାରେ ଅନୁପଙ୍କ ସମ୍ପୃକ୍ତି ରହିଥିବା ପୋଲିସ୍ ମାମଲାରେ ଅନୁପଙ୍କ ସମ୍ପୃକ୍ତି ରହିଥିବା ଜାଣିପାରିଥିଲା । ଫଳରେ ଏନେଇ ଅନୁପଙ୍କୁ ବହୁଥର ନୋଟିସ୍ କରାଯାଇଥିଲା । ହେଲେ ଅନୁପ କେବେ ବି ହାଜର ନ ହୋଇ ବାରମ୍ବାର ଭୂଆଁ ବୁଲାଇଥିଲେ । ଶେଷରେ ବୁଧବାର ଦିନ ଛତିଶଗଡ ପୋଲିସ୍ ଅନୁପଙ୍କୁ ଉଠାଇ ନେଇଥିଲା । ପଚରାଉଚରା ପରେ ଦୋଷ ସ୍ୱିକାର କରିଛି ଅନୁପ ।

LEAVE A REPLY

Please enter your comment!
Please enter your name here