ସ୍ଥାୟୀ ନିଯୁକ୍ତି ଦାବି କରି ନଭେମ୍ବର ୨୮ ତାରିଖରୁ ଦିନରାତି ଆନ୍ଦୋଳନ କରି ଆସୁଥିବା ଏଏନଏମ କର୍ମୀମାନଙ୍କୁ ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ୍ ଉଠାଇନେଇଥିବାର ଖବର ମିଳିଛି। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ବଳପୂର୍ବକ ଉଠାଇ ନେଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ପୁଲିସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା।ଏଏନଏମ୍ କର୍ମୀମାନେ ଏହି ସମୟରେ ସରକାରଙ୍କୁ ଚେତାବନୀ ଦେଇ ଘୋଷଣା କରିଥିଲେ ଯେ ସେମାନେ ଆନ୍ଦୋଳନରୁ ହଟିବେନି ଏବଂ ଆଗକୁ ଆହୁରି ଆନ୍ଦୋଳନ ଜୋରଦାର ହେବ। କେବଳ ସାଧାରଣତନ୍ତ୍ର ଦିବସକୁ ସମ୍ମାନ ଜଣାଇ ଉଠିଛନ୍ତି ବୋଲି ଏଏନଏମ କର୍ମୀମାନେ କହିଛନ୍ତି।
Latest article
ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା
ନୂଆଦିଲ୍ଲୀ: ୨୦୧୯ ଫେବ୍ରୁଆରି ୨୬ ତାରିଖ ପାହାନ୍ତା ୩:୪୫ରେ ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ଙ୍କ ପାଖକୁ ଫୋନରେ ବାର୍ତ୍ତା ଆସିଲା- ମାଙ୍କଡ଼ ମରା ହେଲା।ସ୍ୱତନ୍ତ୍ର ‘ଆର୍ଏଏକ୍ସ’...
ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ
ଭୁବନେଶ୍ବର: ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଶୁକ୍ରବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ବେଳେ ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି।ଠିକ୍ ସେହିପରି କଟକ, ଭୁବନେଶ୍ବର, ବାଲେଶ୍ବର,...
ସାତ ମାଓ କ୍ୟାମ୍ପ ଧ୍ୱସ୍ତ
ମାଲକାନଗିରି: ସାତ ମାଓ କ୍ୟାମ୍ପ ଧ୍ୱସ୍ତ। ସୁରକ୍ଷା କର୍ମୀଙ୍କ ଲଗାତାର ତିନି ଦିନର ଅପରେସନରେ ସାତଟି ମାଓ ଶିବିର ଧ୍ୱସ୍ତ ହୋଇଥିବା ଜଣାଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର...