କଟକ: ୧୯୯୯ ମସିହାରେ ଘଟିଥିବା ଏକ ବହୁଚର୍ଚ୍ଚିତ ଗଣଦୁର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଛି କମିସନରେଟ ପୁଲିସ। ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ତ କୁହାଯାଉଥିବା ବିବନ ବିଶ୍ବାଳଙ୍କୁ ମୁମ୍ବାଇରୁ କମିସନରେଟ ପୁଲିସ ଗିରଫ କରିଥିବା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ ବାରଙ୍ଗ ଥାନା ଅଞ୍ଚଳରେ ଘଟିଥିବା ଗଣଦୁର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ପୀଡ଼ିତା ଜଣକ ଏକ ଆମ୍ବାସଡର କାରରେ ନିଜ ବନ୍ଧୁଙ୍କ ସହ ଏକ ଢ଼ାବାରେ ଚା’ ପିଇବା ସମୟରେ ତାଙ୍କୁ ତିନି ଜଣ ଅଭିଯୁକ୍ତ ସେଠାରେ ଦେଖିଥିଲେ। ପରେ ପୀଡ଼ିତା ତାଙ୍କ କାରରେ ଭୁବନେଶ୍ବର ବାହାରିବା ସମୟରେ ଅଭିଯୁକ୍ତମାନେ ଉକ୍ତ କାରଟିକୁ ଅଟକାଇ ତାଙ୍କ ବନ୍ଧୁଙ୍କୁ ମାଡ଼ମାରି ପୀଡ଼ିତାଙ୍କୁ ନିଜ ସାଥୀରେ ନେଇ ଯାଇଥିଲେ। ବେଲଗାଛିଆ ମହଲା ପାଖ ଓ ଭାଲୁକା ଜଙ୍ଗଲରେ ପୀଡ଼ିତାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ।ପ୍ରାୟ ତିନି ଚାରି ଘଣ୍ଟା ଧରି ପୀଡ଼ିତାଙ୍କ ସହ ଅପରାଧୀମାନେ ଏହି ଜଘନ୍ୟ କାଣ୍ତ ଘଟଣାଇଥିଲେ। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ୧୦ ଜାନୁଆରିରେ କଟକ ମହିଳା ଥାନାରେ କେସ ନମ୍ବର ୩ ରୁଜୁ କରାଯାଇଥିଲା। ୧୨ ତାରିଖ ଦିନ ଘଟଣାର ତଦନ୍ତ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚଙ୍କୁ ଦିଆଯାଇଥିଲା। ପ୍ରଥମେ ଅଭିଯୁକ୍ତ ବ୍ୟବହାର କରିଥିବା ସ୍କୁଟରଟିକୁ ପୁଲିସ ଠାବ କରିଥିଲା। ପରେ ୨୬ ଜାନୁଆରିରେ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ(ପଦିଆ) ଓ ଧୀରେନ୍ଦ୍ର ମହାନ୍ତ(ଟୁନିଆ)ଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପରେ ୨୬ ଫେବୃଆରିରେ ମାନ୍ୟବର ହାଇକୋର୍ଟ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାୟିତ୍ବ ସିବିଆଇକୁ ଦେଇଥିଲେ।
Latest article
ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା
ନୂଆଦିଲ୍ଲୀ: ୨୦୧୯ ଫେବ୍ରୁଆରି ୨୬ ତାରିଖ ପାହାନ୍ତା ୩:୪୫ରେ ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ଙ୍କ ପାଖକୁ ଫୋନରେ ବାର୍ତ୍ତା ଆସିଲା- ମାଙ୍କଡ଼ ମରା ହେଲା।ସ୍ୱତନ୍ତ୍ର ‘ଆର୍ଏଏକ୍ସ’...
ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ
ଭୁବନେଶ୍ବର: ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଶୁକ୍ରବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ବେଳେ ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି।ଠିକ୍ ସେହିପରି କଟକ, ଭୁବନେଶ୍ବର, ବାଲେଶ୍ବର,...
ସାତ ମାଓ କ୍ୟାମ୍ପ ଧ୍ୱସ୍ତ
ମାଲକାନଗିରି: ସାତ ମାଓ କ୍ୟାମ୍ପ ଧ୍ୱସ୍ତ। ସୁରକ୍ଷା କର୍ମୀଙ୍କ ଲଗାତାର ତିନି ଦିନର ଅପରେସନରେ ସାତଟି ମାଓ ଶିବିର ଧ୍ୱସ୍ତ ହୋଇଥିବା ଜଣାଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର...