ଏ ବର୍ଷ ଜୁନ୍ ୨୩ରୁ ଅମରନାଥ ଯାତ୍ରା

0
348
abc
abc

ଚଳିତ ବର୍ଷର ଅମରନାଥ ଯାତ୍ରା ୨୩ ଜୁନରୁ ଆରମ୍ଭ ହେଉଛି । ଗତବର୍ଷ ଏହି ଯାତ୍ରା ୪୦ ଦିନ ହୋଇଥିବାବେଳେ ଚଳିତ ବର୍ଷ ଏହାକୁ ୨ଦିନ ବଢ଼ାଯାଇ ୪୨ଦିନ ପାଇଁ କରାଯାଇଛି ଅର୍ଥାତ ଅଗଷ୍ଟ ୩ରେ ଶେଷ ହେବ ବୋଲି ଜମ୍ମୁ କାଶ୍ମୀରର ରାଜ୍ୟପାଳ ସୂଚନା ଦେଇଛନ୍ତି । ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଅମର ନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ଯାତ୍ରୀ ମାନଙ୍କୁ ଫେରିଯିବା ପାଇଁ ପରାମର୍ଶ ଦେଇଥିଲେ ସରକାର । ସୂଚନାନୂସାରେ ୨୦୧୮ ମସିହାରେ ୬୦ଦିନ ଧରି ଅମରନାଥଙ୍କ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ତେବେ ଶୁଭ ମୂହୁର୍ତକୁ ନଜରରେ ରଖି ଯାତ୍ରାର ତାରିଖ ନିର୍ଦ୍ଧାରିତ କରାଯାଇଥାଏ ବୋଲି ଶ୍ରୀ ଅମରନାଥ ଶାଇନ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷର ଯାତ୍ରା ପାଇଁ ଏପ୍ରିଲ ୧ରୁ ଆରମ୍ଭ ହେବ । ୧୩ ବର୍ଷରୁ କମ୍ ଓ ୭୫ବର୍ଷରୁ ଅଧିକ ବୟସର ଲୋକମାନଙ୍କର ରେଜିଷ୍ଟେସନ ହେବ ନାହିଁ ବୋଲି ଜଣାପଡିଛି । ସେହିଭଳି ଯାତ୍ରୀଙ୍କ ଯାତାୟତ ରାସ୍ତାକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରାଯିବାକୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।

LEAVE A REPLY

Please enter your comment!
Please enter your name here