ହାତକୁ ଦୁଇହାତ ହେବେ ଅଲୀ

0
638
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଅଲୀ ଫଜଲ ଏବେ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ପୁଣ କଣ ନା ସେ କାଳେ ବାହା ହେଉଛନ୍ତି । ଶୁଣିଲେ ଖୁସି ଲାଗୁଛି ନ? ।
ହଁ ଆଜ୍ଞ କଥା ଟା ସତ । ଅଲ୍ଲୀ ଏବେ ହାତରୁ ଦୁଇ ହାତ ହେବାକୁ ଯାଉଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେଲେ ଅଭିନେତ୍ରୀ ରିଚା ଚଡ୍ଡା । ବହୁ ଦିନ ପୂର୍ବରୁ ରିଚାଙ୍କ ସହ ସେ ରିଲେସନ୍ ସିପ୍‌ରେ ଥିବା ଖବର ଚର୍ଚ୍ଚା ହେଉଥିଲା । ହେଲେ ଏବେ ସେ ଦୁହେଁ ବାହା ହେଉଥିବା ଖବର ମିଳିଛି । ଫିଲ୍ମ ଫୁକରେ ସେଟ୍‌ରେ ଦୁହିଁଙ୍କର ଦେଖା ହୋଇଥିଲା । ସେବେ ଠାରୁ ଦୁହେଁ ଭଲ ବନ୍ଧୁ ହୋଇଥିବାବେଳେ ୨୦୧୭ରେ ନିଜ ସର୍ମ୍ପକକୁ ସର୍ବ ସମ୍ମୁଖରେ ପ୍ରକାଶ କରିଥିଲେ । ଏବେ ଦୁହେଁ ଚଳିତ ବର୍ଷ ବିବାହ କରୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ବାହାଘର ଡେଟ୍ ଫାଇନାଲ ହୋଇନଥିବାବେଳେ ଖୁବ୍ ଶୀଘ୍ର ତାହା ବି ଜଣାପଡିବ ବୋଲି ଜଣାପଡିଛି । ଅଲ୍ଲୀ ଫଜଲ ଏକାଧାରରେ ଜଣେ ମଡେଲ, ଟିଭି ଉପସ୍ଥାପକ ଓ ଅଭିନେତା ମଧ୍ୟ ।

LEAVE A REPLY

Please enter your comment!
Please enter your name here