ଅକ୍ଷୟଙ୍କ ଅବଦାନ,ଦେଖନ୍ତୁ…

0
376
Bbm
Bbm

ଆଚିଭରର୍ସ ନ୍ୟୁଜ୍‌: ମିଷ୍ଟର ଖିଲାଡି ଏବେ ଭାରି ବ୍ୟସ୍ତ । କାରଣ ତାଙ୍କର ଦୁଇ ଦୁଇଟି ଫିଲ୍ମ ଫ୍ଲୋରକୁ ଆସିବାକୁ ରେଡି ହେଉଛି । ତେବେ ସବୁଠାରୁ ବଡ କଥା ହେଲା ତାଙ୍କର ଲକ୍ଷ୍ମ ବମ୍ବ ଫିଲ୍ମକୁ ନେଇ । ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ କିନ୍ନର ଭୂମିକାରେ ଅଭିନୟ କରୁଛନ୍ତି । ଜଣାପଡିଛି କି ଚେନ୍ନାଇରେ ତିଆରି ହେଉଥିବା ଦେଶର ପ୍ରଥମ କିନ୍ନର ଆଶ୍ରୟ ଗୃହକୁ ୧.୫କୋଟି ଟଙ୍କା ଦାନ କରିଛନ୍ତି । ‘ଲକ୍ଷ୍ମୀ ବମ୍ବ’ର ନିର୍ଦ୍ଦେଶକ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି କ୍ୟାପସନ୍‌ରେ ଲେଖିଛନ୍ତି କି ଯେ ଶୁଟିଂ ସମୟରେ ଚେନ୍ନାଇରେ ହେଉଥିବା କିନ୍ନର ଆଶ୍ରୟ ଗୃହକୁ ନେଇ ମୁଁ ତାଙ୍କ ସହ କଥା ହୋଇଥିଲି ସେ ଏହା ଶୁଣି ଅର୍ଥ ଦାନ କରିବା ମୋତେ ଆଶ୍ଚର୍ଯ୍ୟ କରିଦେଇଛି । ସୂଚନାନୂସାରେ ଫିଲ୍ମ ନିର୍ଦ୍ଦେଶକ ରାଘବ ୧୫ବର୍ଷ ହେବ ସମାଜ ସେବା କରିଆସୁଛନ୍ତି । ଏଥିରେ ପିଲାଙ୍କ ପାଇଁ ଶିକ୍ଷା, ବାସହରାଙ୍କ ପାଇଁ ଗୃହ, ଚିକିତ୍ସା ଓ ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିଥାଆନ୍ତି । ଏହି ଟ୍ରଷ୍ଟକୁ ୧୫ବର୍ଷ ପୂର୍ତୀ ଅବସରରେ ସେ କିନ୍ନର ମାନଙ୍କ ପାଇଁ ଏକ ଆଶ୍ରୟ ଗୃହ ଖୋଲିବାକୁ ଯାଉଛନ୍ତି । ‘ଲକ୍ଷ୍ମୀ ବମ୍ବ’ ଫିଲ୍ମଟି ତାମିଲ ଫିଲ୍ମ ‘କଂଚନା’ର ରିମେକ । ଏଥିରେ ଅକ୍ଷୟ କୁମାର କିନ୍ନରର ଭୂତ ଚରିତ୍ର ନିଭାଉଛନ୍ତି । ଏଥିରେ କିୟାରା ଆଡଭାନୀ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି ମେ ୨୨ରେ ପରଦାକୁ ଆସିବ ।

LEAVE A REPLY

Please enter your comment!
Please enter your name here