୭୧ବର୍ଷୀୟ ମହିଳାଙ୍କ ଏମିତି ଏକ ପଦକ୍ଷେପ, ଯାହା ଆପଣଙ୍କୁ ବଂଚାଇପାରେ ଦୁର୍ଘଟଣାରୁ , ଦେଖନ୍ତୁ…

0
560
BBM
BBM

ଆଚିଭରର୍ସ ନ୍ୟଜ୍‌: ଏବେ ଟ୍ରାଫିକ୍ ସମସ୍ୟା ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଉଛି ।କେଉଁଠି ଟ୍ରାଫିକ୍ ଜାମ୍ ଯୋଗୁଁ ରୋଗୀର ଜୀବନ ଯାଉଛି ତ ଆଉ କେଉଁଠି ଟ୍ରାଫିକ୍ ଭିଡ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ କାମରେ ମଧ୍ୟ ହଇରାଣ ହେବାକୁ ପଡୁଛି । ଏମିତିକି ଅନେକ ଲୋକ ଟ୍ରାଫିକରୁ ବର୍ତିବା ପାଇଁ ଫୁଟ୍‌ପାଥ୍‌ରେ ଗାଡି ଚଳାଇଥାନ୍ତି ଏବଂ ବହୁ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ସେଥିପାଇଁ ଜଣେ ୭୧ବର୍ଷୀୟା ମହିଳା ଏହାକୁ ରୋକିବା ପାଇଁ ଏକ ଭଲ ପଦକ୍ଷେପ ନେଇଛନ୍ତି । ଫୁଟ୍‌ପାଥ୍‌ରେ ଠିଆ ହୋଇ ବାଇକ୍ ଚାଳକଙ୍କୁ ଏଭଳି କାମ କରିବାରୁ ରୋକୁୂଛନ୍ତି ମହିଳା ଜଣକ । ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଏମତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁନେ ସହରରେ । ପୁନେର ନିର୍ମଳା ଗୋଖେଲ ନାମ୍ନୀ ଏହି ମହିଳାଙ୍କର ଏହି ପଦକ୍ଷେପ କୁ ଟ୍ରାଫିକ୍ ପୋଲିସ୍ ମଧ୍ୟ ପ୍ରଶଂସା କରିଛନ୍ତି । ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ବିଭିନ୍ନ ଆଡୁ ଭିନ୍ନ ଭିନ୍ନ ପ୍ରତିକ୍ରୀୟା ଆସିଛି । କେହି ୱଣ୍ଡର ୱମେନ ତ ଆଉ କେହି ଟ୍ରାଫିକ୍ ଆଂଟି ବୋଲି କମେଂଟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here