61 ସାମ୍ପୁଲରୁ 60 ନେଗେଟିଭ୍: ବାଗଚୀ

0
588
hyh
gh

ଭୁବନେଶ୍ଵର : କରୋନା ଆକ୍ରାନ୍ତ ସନ୍ଦେହରେ 61 ଟି ସାମ୍ପୁଲ ପରୀକ୍ଷା ହୋଇଥିବା ବେଳେ 60ଟି ନେଗେଟିଭ୍ ଆସିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ କୋରୋନା ଅପଡେଟ ଉପରେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଏନେଇ ସୂଚନା ଦେଇଛନ୍ତି। ଏଥିସହିତ ଆସନ୍ତାକାଲିଠୁ ମନ୍ଦିର, ମସଜିଦ୍‌, ଗୀର୍ଜାର ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । କୌଣସି ଧର୍ମୀୟ ସ୍ଥାନକୁ ଯାଇପାରିବେନି ଦର୍ଶନାର୍ଥୀ ଏବଂ ଶ୍ରଦ୍ଧାଳୁ। ଧର୍ମୀୟ ରୀତିନୀତି ଅନୁସାରେ କେବଳ କରାଯିବ ପୂଜା ପଦ୍ଧତି । ଏହାସହ ମାଟ୍ରିକ ଖାତାଦେଖା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ମାଟ୍ରିକ ଖାତା ଦେଖାକୁ ସ୍ଥଗିତ କରିଛନ୍ତି ରାଜ୍ୟ ସରକାର । ଏହା ସହ ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀଙ୍କ ଅଫିସ ଆସିବା ନେଇ ଗାଇଡ ଲାଇନ୍ ପ୍ରସ୍ତୁତ ହୋଇଛି ବୋଲି ବାଗଚୀ କହିଛନ୍ତି ।

ଗତ 24 ଘଣ୍ଟାରେ 104 କୁ 12 ହଜାରରୁ ଅଧିକ କଲ ଆସିଥିଲା । ପୋର୍ଟାଲରେ 2600ଟି ପଞ୍ଜୀକରଣ ହୋଇଛି । କୋରୋନା ମୁକାବିଲା ପାଇଁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି । ରାଜ୍ୟର 6798ଟି ପଞ୍ଚାୟତରେ କରୋନା ସଚେତନତା ଓ ସତର୍କତା ନେଇ ବୈଠକ କରାଯାଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଗ୍ରାମାଞ୍ଚଳରେ ବ୍ୟବସ୍ଥା କରାଯାଇଛି । କାଲି 5 ନମୁନା ପରୀକ୍ଷା କରାଯାଇଛି 5ଟି ନମୁନା ନେଗେଟିଭ ଆସିଛି । 23 ଜଣ ବିଭିନ୍ନ ହସ୍ପିଟାଲରେ ନିରୀକ୍ଷଣରେ ଅଛନ୍ତି । ଏହା ବ୍ୟତୀତ ରାଜ୍ୟରେ 3183 ଟି ଆଇସୋଲେସନ ଶଯ୍ୟା ପ୍ରସ୍ତୁତ ରହିଥିବା ନେଇ ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here