ବିଶ୍ୱର ସର୍ବବୃହତ ଥ୍ରୀଡି ପ୍ରିଣେଂଟଡ୍ ବିଲ୍ଡିଂ ଲୋକାର୍ପିତ

0
298
avcsx
avcsx

ବିଶ୍ୱର ସର୍ବ ବୃହତ ଥ୍ରୀଡି ପ୍ରିଣେଂଟଡ୍ ବିଲ୍ଡିଂକୁ ସୋମବାର ଲୋକାର୍ପିତ କରାଯାଇଛି । ଦୁବାଇରେ ନିର୍ମିତ ଏହି ଭବନ ୬ହଜାର ୯ଶହ ବର୍ଗଫୁଟ୍ ପରିମିତ ଅଂଚଳ ଉପରେ ଛିଡା ହୋଇଛି । ଦ୍ୱିତଳ ବିଶିଷ୍ଟ ଏହି ପ୍ରସାଦରେ ଦୁବାଇ ନଗରପାଳିକାର କାର୍ଯ୍ୟାଳୟ ମଧ୍ୟ ରହିଛି । ଦୁବାଇ ୨୦୩୦ ମସିହା ସୁଦ୍ଧା ସହରର ୨୫ପ୍ରତିଶତ ବିଲ୍ଡିଂକୁ ଥ୍ରୀଡି ପେଂଟି କରିବା ଲାଗି ଯୋଜନା ରଖିଛି । ସେହି ଯୋଜନାରେ ନୂଆ ଭବନଟି ମଧ୍ୟ ନିର୍ମିତ ହୋଇଛି । ସ୍ୱତନ୍ତ୍ର ଧରଣର ନିର୍ମିତ ଏହି ବିଲ୍ଡିଂ ନିର୍ମାଣ କାମରେ ୭୦ପ୍ରତିଶତ ଶ୍ରମ ହ୍ରାସ କରାଯାଇଥିବା ବେଳେ ଭବନର ନିର୍ମାଣ ଖର୍ଚ୍ଚ ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରିଛି । ତେବେ ଏହି ବିଲ୍ଡିଂର ସବୁଠୁ ଖାସକଥା ହେଲା ଏଥିରେ ଉପଯୋଗ କରାଯାଇଥିବା ସିମେଣଂଟ ଓ ଜିପିସମ୍ । ପ୍ରଥମ ଥର ବିଲ୍ଡିଂରେ ଖୁବ୍ ଶୀଘ୍ର ଖସୁଥିବା ସିମେଂଟର ଉପଯୋଗ ହୋଇଥିବା ବେଳେ ଏହାକୁ ଜିପିସମ୍ ଅଧିକ ମଜବୁତ୍ କରିଛି । ସେହିପରି ଥ୍ରୀଡି ଜ୍ଞାନ କୌଶଳରେ ନିର୍ମାଣ ଯୋଗୁଁ ସାଧାରଣ ନିର୍ମାଣ ମେଟେରିଆଲ ଅପେକ୍ଷା ଏଥିରେ କମ୍ ବ୍ୟୟ ହୋଇଛି । ତେବେ ବିଶ୍ୱରେ ଏହା ପ୍ରଥମ ଥ୍ରୀଡି ଜ୍ଞାନ କୌଶଳରେ ନିର୍ମିତ ଭବନ ନୁହେଁ । ତେବେ ୧୯୮୦ ମସିହାରେ ଏଭଳି ବିଲ୍ଡିଂ ପ୍ରଥମ ପରିକଳ୍ପନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here