19 ଦିନର ଶିଶୁପୁତ୍ରକୁ ବିକି ଦେଲେ ଦମ୍ପତି

0
618
hhh
hhhu

ଭୁବନେଶ୍ୱର: ଭୁବନେଶ୍ୱରରେ ମାଲିକଙ୍କୁ 19 ଦିନର ଶିଶୁପୁତ୍ରକୁ ବିକି ଦେଲେ ଦମ୍ପତି । 10 ହଜାର ଟଙ୍କାରେ ପିଲା ବିକ୍ରି ଅଭିଯୋଗ । ଚାଇଲ୍ଡ ଲାଇନ ପାଖରୁ ଖବର ପାଇ ଖଣ୍ଡଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ସଂପୃକ୍ତ ଦମ୍ପତି ଦିଲୁ ଦାସ ଓ ମିନି ଦାସକୁ ଆଣି ଘଟଣା ସଂପର୍କରେ ପଚାରଉଚରା ଆରମ୍ଭ କରିଛି ପୋଲିସ । ତେବେ କାମ କରୁଥିବା ମାଲିକଙ୍କୁ ପିଲାଟିକୁ ଦେଇ ଦେଇଥିବା କହିଛନ୍ତି ମିନି । ଏହା ବଦଳରେ ସେ କୌଣସି ଟଙ୍କା ଆଣିନଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।ସେପଟେ କିନ୍ତୁ ଚାଇଲ୍ଡ ଲାଇନ ଅଧିକାରୀ କହିଛନ୍ତି, ପିଲା ବିକ୍ରି ପାଇଁ ଦେଢ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । କୋର୍ଟ ପେପର କରି ଦମ୍ପତି ନିଜ ଛୁଆକୁ ସନ୍ତାନ ଥିବା ଜଣେ ଧନୀକ ଶ୍ରେଣୀ ବ୍ୟକ୍ତିକୁ ବିକି ଦେଇଥିବା କହିଛନ୍ତି । ଏବେ ସୁଦ୍ଧା ପିଲାଟିର କୌଣସି ପତ୍ତା ମିଳିନଥିବା ବେଳେ ଛୁଆଟିକୁ ଉଦ୍ଧାର ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି । ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ସଂପୃକ୍ତ ଦମ୍ପତି ବ୍ରହ୍ମପୁର ଅନ୍ତେଇପୁରର i ସେମାନେ ପାଖାପାଖି ବର୍ଷେ ହେଲା ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ରହି ଆସୁଛନ୍ତି । ଦିଲୁଙ୍କ ଦୁଇଟି ପତ୍ନୀ ରହିଛି । ପ୍ରଥମ ସ୍ତ୍ରୀର 5ଟି ସନ୍ତାନ ରହିଥିବା ବେଳେ ପଞ୍ଚମ ଛୁଆକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କିନ୍ତୁ ପିଲା ବିକ୍ରି ନେଇ କିଛି ଜାଣିନଥିବା କହିଛନ୍ତି ଦିଲୁ

LEAVE A REPLY

Please enter your comment!
Please enter your name here