ସ୍ୱଦେଶ ଫେରିଲେ ଜାପାନର ଫସି ଥିବା୧୧୯ ଭାରତୀୟ…

0
439
bbm
bbm

ଆଚିଭରର୍ସ ନ୍ୟୁଜ୍‌: ସାରା ବିଶ୍ୱରେ ଆତଙ୍କ ଖେଳାଉଛି କରୋନା ଭାଇରସ୍ । କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ କ୍ରୁଜ୍ ଜାହାଜ ‘ ଡାଇମଣ୍ଡ ପ୍ରିନସେସ୍‌’ରେ ଫସି ରହିଥିବା ୧୧୯ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି । ସମସ୍ତ ଭାରତୀୟଙ୍କୁ ଏୟାର ଇଣ୍ଡିଆ ବିମାନରେ ଆଜି ସକାଳେ ଟୋକିଓରୁ ଦିଲ୍ଲୀକୁ ଅଣାଯାଇଥିବା ସୂଚନା ମିଳିଛି । ଫେରିଥିବା ଇଂଜିନିୟରଙ୍କ ମଧ୍ୟରେ ଓଡ଼ିଶାର ଶିବାଶିଷ ମଧ୍ୟ ଦେଶକୁ ଫେରିଛନ୍ତି । ସୂଚନାନୂସାରେ ଶିବାଶିଷ ବ୍ରହ୍ମପୁର ସହରର ହୋଇଥିବାବେଳେ ଜାପାନରେ କରୋନା ଟେଷ୍ଟ ନେଗେଟିଭ୍ ଆସିଛି । ହେଲେ ଭାରତରେ ମଧ୍ୟ ସ୍ୱତନ୍ତ୍ର ଭାବେ ରଖାଯାଇ ବିଭିନ୍ନ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here