ଆସନ୍ତା ୧୯ ତାରିଖରେ ଆରମ୍ଭ ହେବ ଚଳିତବର୍ଷର ମାଟ୍ରିକ ପରୀକ୍ଷା

0
437

ଆସନ୍ତା ୧୯ ତାରିଖରେ ଆରମ୍ଭ ହେବ ଚଳିତବର୍ଷର ମାଟ୍ରିକ ପରୀକ୍ଷା । ଏହା ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । ଚଳିତବର୍ଷ ୫ଲକ୍ଷ ୬୦ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨ହଜାର ୮ଶହ୮୮କେନ୍ଦ୍ରରେ ପରୀକ୍ଷା ଦେବେ । ଏଥିପାଇଁ ୩୦୭ ଟି ନୋଡାଲ ସେଂଟର କରାଯାଇଛି । ୨୨ଟି ପୋଲିସ୍ ଷ୍ଟେସନକୁ ମଧ୍ୟ ନୋଡାଲ ସେଂଟର କରିବାକୁ ନିଷ୍ପତି ହୋଇଛି । ସମ୍ବେଦନଶୀଳ ୧ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ଯ୍ୟ ଜାରି ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ନୋଡାଲ ସେଂଟର ଗୁଡିକରେ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଏବେ ପ୍ରଶ୍ନପତ୍ର ଛପା ଓ ପ୍ୟାକିଂ କାର୍ଯ୍ୟ ଚାଲିଛି । ଆସନ୍ତା ୮ତାରିଖରେ ଓଏମଆର୍ ଉପସ୍ଥାନ ସିଟ୍ ଓ ଆଡମିଟ୍ କାର୍ଡ ସ୍କୁଲକୁ ପଠାଯିବ । ତେବେ ଏହାର ପୂର୍ବଦିନ ଅର୍ଥାତ ୭ତାରିଖରେ ୱେବସାଇଟ୍‌ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ପରୀକ୍ଷା ସୁପରିଚାଳନା ପାଇଁ ପୋଲିସ୍ ଡିଜି, ଆରଡିସି ଏବଂ ସମସ୍ତ ଜିଲ୍ଲାପାଳ ଓ ଏସପିମାନଙ୍କ ସହାୟତା ମାଗିଛି ବୋର୍ଡ ।

LEAVE A REPLY

Please enter your comment!
Please enter your name here