10 ଫୁଟ ତଳକୁ ଖସିଲା ପୂର୍ବତନ ବିଧାୟକଙ୍କ ପୁଅଙ୍କ କାର

0
62

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ :ଜଳେଶ୍ୱର ପୂର୍ବତନ ବିଧାୟକ ତଥା ବିଜେପି ନେତା ଜୟ ନାରାୟଣ ମହାନ୍ତିଙ୍କ ପୁଅଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ପରିବାର ସହ ଯାଉଥିବାବେଳେ ଭାରସାମ୍ୟ ହରାଇ ନିର୍ମାଣଧୀନ ପୋଲରୁ 10 ଫୁଟ ତଳକୁ ଖସି ପଡିଥିଲା କାର । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଇଡକୋ ଛକ ନିକଟରେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଜୟ ନାରାୟଣଙ୍କ ପୁଅ ଦିବ୍ୟକାମ ମହାନ୍ତିଙ୍କ ସମେତ 3 ଜଣ ଗୁରୁତର ଆହତ ହୋଇଛନ୍ତି । ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତାର ଇଡକୋ ଛକ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରାସ୍ତା ଖୋଳାଯାଇଛି । ବସ୍ତା ପଟୁ କାରଟି ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । କାର ଭିତରୁ 3 ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

LEAVE A REPLY

Please enter your comment!
Please enter your name here