‌୨୦୨୨ରେ ବି ‘ସିଏସ୍‌କେ’ର ନେତୃତ୍ବ ନେବେ ଧୋନି

0
81

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୧୩/୦୮ (ବ୍ୟୁରୋ)- ଆଇପିଏଲ୍‌-୨୦୨୦ ନିକଟତର ହେଉଛି। ଏହାକୁ ନେଇ କ୍ରିକେଟ୍‌ପ୍ରେମୀ ଉତ୍ସାହିତ ଅଛନ୍ତି। ଗତବର୍ଷ ଭାରତର ବିଶ୍ବକପ୍‌ ବିଦାୟ ପରଠୁ କ୍ରିକେଟ୍‌ରୁ ଦୂରେଇ ରହିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସିଏସ୍‌କେ ସିଇଓ କାଶୀ ବିଶ୍ବନାଥନ ମଧ୍ୟ ଧୋନିଙ୍କ ଉପରେ ପୂରା ଭରସା ରଖିବା ସହ ‌୨୦୨୨ ପର୍ଯ୍ୟନ୍ତ ସିଏସ୍‌କେର ଅଧିନାୟକ ରଖିବାକୁ ଚିନ୍ତା କରିଛନ୍ତି। ଆମର ତାଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ଚିନ୍ତା ନାହିଁ। ହଁ, ନିଶ୍ଚିତ ଧୋନି ୨୦୨୦ ଓ ୨୦୨୧ରେ ଦଳର ନେତୃତ୍ବ ନେବେ।

୨୦୨୨ରେ ମଧ୍ୟ ଏହି ଦାୟିତ୍ବରେ ରହିପାରନ୍ତି ବୋଲି ବିଶ୍ବନାଥନ ଏକ ସାକ୍ଷାତକାରରେ କହିଛନ୍ତି। ସଂପ୍ରତି ଧୋନି ଝାଡ଼ଖଣ୍ଡରେ ଇନ୍‌ଡୋର୍‌‌ ନେଟ୍ସ କରୁଛନ୍ତି ବୋଲି ଗଣମାଧ୍ୟମରୁ ଶୁଣିବାକୁ ପାଉଛି। କିନ୍ତୁ ଆମେ ଅଧିନାୟକଙ୍କୁ ନେଇ ଚିନ୍ତିତ ହେଉନୁ। ସେ ତାଙ୍କ ଦାୟିତ୍ବ ଜାଣିଛନ୍ତି। ସେହି ଅନୁସାରେ ନିଜକୁ ଏବଂ ଦଳକୁ ଆଗକୁ ନେବେ। ସେ ଚଳିତ ଏବଂ ଆସନ୍ତା ବର୍ଷ ଦଳ ପକ୍ଷରୁ ଖେଳିବେ। ଆମେ ତାଙ୍କୁ ପରବର୍ତୀ ନିଲାମ ବେଳେ ଦଳରେ ରଖିବୁ ବୋଲି ବିଶ୍ବନାଥନ କହିଛନ୍ତି। ଦଳ ଆସନ୍ତା ୧୫ ତାରିଖରୁ ଚେପକରେ ଅଭ୍ୟାସ ଆରମ୍ଭ କରିବ। ଧୋନି ଓ ସୁରେଶ ରାଇନାଙ୍କ ସହ ଅନେକ ଖେଳାଳି ୧୪-୧୫ ତାରିଖ ମଧ୍ୟରେ ଏଠାରେ ପହଞ୍ଚିଯିବେ। ୨୧ ତାରିଖରେ ଦଳ‌ ୟୁଏଇ ଗସ୍ତ କରିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। କିଛି ଦିନ ତଳେ ସୁରେଶ ରାଇନା ୟୁଏଇରେ ଧୋନିଙ୍କ ହେଲିକପ୍ଟର ସଟ୍‌ ଦେଖିବାକୁ ମିଳିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here