ୱାଶିଂଟନ୍‌ରେ କ୍ୟାଟ୍ରିନା, ଚିନ୍ତାରେ ସଲମାନ୍ !

0
626
fff
ff

ବଲିଉଡ ଅଭିନେତା ସଲମାନ ଖାନ୍ ଖୁବଶୀଘ୍ର ତାଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂ ଆରମ୍ଭ କରିବେ । ଏବେ ସେ ଦବଙ୍ଗ ଟୁର୍ ପାଇଁ ୱାଶିଂଟନ୍ ରେ ଅଛନ୍ତି । ଫିଲ୍ମର ପୂରା କାଷ୍ଟ ମଧ୍ୟ ସଲମାନଙ୍କ ସହିତ ଅଛି । ସବୁ ଷ୍ଟାର୍ସ ଏହି ଟୁର୍ ର ଫଟୋ ଏବଂ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଅପଡେଟ୍ ଦେଉଛନ୍ତି । କ୍ୟାଟ୍ରିନା କୈଫ୍ ମଧ୍ୟ ଦବଙ୍ଗ ଟୁର୍ ର ମସ୍ତି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରି କ୍ୟାଟ୍ରିନା କ୍ୟାପସନ ଦେଇଛନ୍ତି ‘ସିଲା କି ଜୱାନୀ’ ରେ ପର୍ଫମାନ୍ସ ସମୟର ଦୃଶ୍ୟ । ଏହା ସହିତ କ୍ୟାଟ୍ରିନା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଫିଲ୍ମ ଟାଇଗର ଜିନ୍ଦା ହୈର ଗୀତ ‘ସ୍ୱାଗ୍ ସେ କରେଙ୍ଗେ ସବକା ସ୍ୱାଗତ’ ରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛନ୍ତି । ଅଭିନେତ୍ରୀ ଜ୍ୟାକଲିନ୍ ମଧ୍ୟ ବହୁତ ମସ୍ତି କରୁଥିବାର ନଜର ଆସିଛନ୍ତି । ଜ୍ୟାକଲିନ୍ ମଧ୍ୟ ଇନଷ୍ଟାରେ କିଛି ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଷ୍ଟେଜ୍ ପର୍ଫମାନ୍ସ ସହିତ ଅନ୍ୟ ଦୁଇ ତିନୋଟି ସିନ୍ ମଧ୍ୟ ଦେଖିବାକୁ ମିଳିଛି । ସୋନାକ୍ଷୀ ସିହ୍ନା ମଧ୍ୟ ନିଜ ଇନଷ୍ଟା ଆକାଉଣ୍ଟରେ ବହୁତ ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି ଯାହା ଆପଣ ଏଠାରେ ଦେଖିପାରିବେ ।

LEAVE A REPLY

Please enter your comment!
Please enter your name here