୮ ସପ୍ତାହର ଶିଶୁକୁ ୧୬ କୋଟିର ଇଂଜେକ୍ସନ l

0
59

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ (୧୬/୧୨):- ବ୍ରିଟେନରେ ଗୋଟିଏ ୮ ସପ୍ତାହର ଶିଶୁକ ଦୁନିଆର ସବୁଠାରୁ ମହଙ୍ଗା ଇଜେକ୍ସନ ଦିଆଯିବ । ଏବେ ଆପଣ ଚିନ୍ତା କରୁଥିବେ କି ଶିଶୁଟିକୁ କି ରୋଗ ହୋଇଛି କି ଯାହାପାଇଁ ତାକୁ ୧୬ କୋଟି ଟଙ୍କା ଦାମର ଇଂଜେକ୍ସନ ଦିଆଯିବ । ତେବେ ଜାଣନ୍ତୁ ଶିଶୁଟି ଜେନେଟିକ୍ ସ୍ପାଇଲନ ସରକୁଲାର ଅଟ୍ରେଫି ବା ଏସଏମଏ ଭଳି ରୋଗରେ ପୀଡିତ ।

୧୬ କୋଟି ଟଙ୍କାର ଇଂଜେକ୍ସନ ଶୁଣି ଆପଣ ଭାବୁଥିବେ କି ଦୁନିଆରେ ଏମିତି କ’ଣ ରୋଗ ଅଛି ଯାହା କ୍ୟାନସର ଠାରୁ ବି ମାରାତ୍ମକ । ଯାହାର ଚିକିତ୍ସା କ୍ୟାନସରର ଚିକିତ୍ସା ଠାରୁ ବି ମହଙ୍ଗା । ତେବେ ଆସନ୍ତୁ ଜାଣିବା ଜେନେଟିକ୍ ସ୍ପାଇଲନ ସରକୁଲାର ଅଟ୍ରେଫି ବା ଏସଏମଏ କିଭଳି ରୋଗ । ଏହି ରୋଗ ଶରୀରର ଏସଏମଏନ-୧ ଜିନ୍ କମ୍ ଯୋଗୁଁ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଛାତିର ମାଂସପେଶୀ ଦୁର୍ବଳ ହୋଇପଡେ । ଏହା ସହିତ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି କଷ୍ଟ ଅନୁଭବ ହୋଇଥାଏ । ଏହି ରୋଗ ବିଶେଷ ଭାବେ ଶିଶୁ ମାନଙ୍କ ଠାରେ ଦେଖା ଦେଇଥାଏ । ଏହି ରୋଗରେ ଆକ୍ରାନ୍ତ ହେଉଥିବା ଶିଶୁ ମାନଙ୍କ ମଧ୍ୟରେ ବ୍ରିଟେନର ସଂଖ୍ୟା ଅଧିକ । ସେଠାରେ ବାର୍ଷିକ ଜନ୍ମ ହେଉଥିବା ଶିଶୁ ମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଶିଶୁଙ୍କ ଠାରେ ଏହି ରୋଗ ଦେଖା ଦେଇଥାଏ ।

LEAVE A REPLY

Please enter your comment!
Please enter your name here