୫୦ ହଜାର ଟପିଲା ବ୍ରାଜିଲରେ ମୃତ୍ୟୁସଂଖ୍ୟା

0
427

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୨୨/୦୬ (ବ୍ୟୁରୋ)- ବ୍ରାଜିଲରେ କରୋନା ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୫୦,୦୦୦ ଅତିକ୍ରମ କରିଛି । ଦ୍ୱିତୀୟ ରାଷ୍ଟ୍ର ଭାବେ ଏହା ଏହି ସ୍ତର ପାର୍ କରିଛି । ଦେଶରେ ମୋଟି ୫୦,୧୮୨ ଜଣ ପ୍ରାଣ ହରାଇଛନ୍ତି । ଆମେରିକାରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୧,୨୨,୦୬୭କୁ ବୃଦ୍ଧି ପାଇଛି । ବ୍ରାଜିଲରେ ଏବେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୦,୭୩,୩୭୬ ଥିବାବେଳେ ଆମେରିକାରେ ଏହି ସଂଖ୍ୟା ୨୩,୪୨,୫୯୭ ରହିଛି । ଅନ୍ୟପକ୍ଷରେ ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୮୯, ୭୯, ୨୪୫ରେ ପହଞ୍ଚିଛି । ମୋଟ ମୃତ୍ୟୁ ସଂଖ୍ୟା ୪,୬୭,୯୭୬କୁ ବୃଦ୍ଧି ପାଇଛି । ବିଶ୍ୱରେ ଏ ପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୭,୭୫,୫୦୧ ଜଣ ଆରୋଗ୍ୟଲାଭ କରିଥିବାବେଳେ ୩୭,୩୫,୭୬୮ ରୋଗୀଙ୍କର ଚିକିତ୍ସା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here