୪୮ଘଣ୍ଟାରେ ସବୁ ଜିଲ୍ଲା ଛୁଇଁବ ମୌସୁମୀ

0
473

ଦକ୍ଷିଣ ପଶ୍ଚିମ ବାୟୁ ଗୁରୁବାର ଓଡ଼ିଶା ଛୁଇଁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଗଜପତି ଓ ଗଞ୍ଜାମର କିଛି ଅଞ୍ଚଳରେ ପ୍ରବେଶ କରିଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ମାଲକାନଗିରି ଓ କୋରାପୁଟର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହେବ ।

LEAVE A REPLY

Please enter your comment!
Please enter your name here