୪୫,୧୬୯ କରୋନା ନମୁନା ପରୀକ୍ଷା ଗତ ୨୪ ଘଣ୍ଟାରେ

0
51

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଓଡ଼ିଶାରେ ଦୈନିକ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରରୁ କମ୍ ରହୁଥିବା ଦେଖାଯାଉଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫,୧୬୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୮,୫୬୮ଟି ଆରଟି-ପିସିଆର, ୩୯,୨୧୯ଟି ଆଣ୍ଟିଜେନ ଓ ୮୨ଟି ଟ୍ରୁନଟ୍‌ ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ୨୪ ଘଣ୍ଟା ଭିତରେ ୪୯,୯୦୯ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୮୦୫୧ଟି ଆରଟି-ପିସିଆର, ୪୧,୭୨୯ଟି ଆଣ୍ଟିଜେନ ଓ ୧୨୯ଟି ଟ୍ରୁନଟ୍‌ ନମୁନା ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା।

LEAVE A REPLY

Please enter your comment!
Please enter your name here