୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

0
553
bhtdf
hvjhgu

ଭୁବନେଶ୍ବର: ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ,  ପଶ୍ଚିମବଙ୍ଗରୁ ଆସି ଓଡିଶାରେ ଚିକିତ୍ସିତ ହେଉଥିବା ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ହୋଇଛି । ପୂର୍ବରୁ ତାଙ୍କର ପିଟୁଇଟାରୀ ଟ୍ୟୁମର ଅପରେସନ ହୋଇଥିଲା  । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଟ୍ୟୁମର ଅପରେସନ ହୋଇଥିଲା । ଏବେ ସେ ଚେକଅପ୍ ପାଇଁ ସେହି ଘରୋଇ ହସପିଟାଲକୁ ଆସିଥିଲେ  । ସେଠାରେ ତାଙ୍କର କୋଭିଡ-19 ପଜେଟିଭ ଥିବା ଜଣାପଡିଥିଲା  । ତେଣୁ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା  । ଚିକିତ୍ସା ପରେ ସେ କୋରୋନା ମୁକ୍ତ ହୋଇଥିଲେ ଏବଂ ତାଙ୍କର ନେଗେଟିଭ ରିପୋର୍ଟ 2 ଦିନ ପୂର୍ବରୁ ଆସିଥିଲା  । ମାତ୍ର ତାଙ୍କର ଅନ୍ୟରୋଗ ଥିବାରୁ ତାଙ୍କୁ ଚିକିତ୍ସା କରାଯାଉଥିଲା  । ଆଜି ତାଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here