୨୫୦ ଟଙ୍କାରେ ନିଜେ ଘରେ କରିପାରିବେ କରୋନା ପରୀକ୍ଷା

0
15

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ କରୋନା ପରୀକ୍ଷା ପାଇଁ ଆପଣ ଟେଷ୍ଟିଙ୍ଗ ସେଣ୍ଟରକୁ ଯାଉଛନ୍ତି କି ? ଯଦି ହଁ ତେବେ ଆପଣଙ୍କୁ ସେଠାରେ ବି ସଂକ୍ରମଣର ଭୟ ରହୁଥିବ | ତେବେ ପ୍ରଥମ ଥର ପାଇଁ ଆଇସିଏମଆର ଭାରତର କରୋନାର ପ୍ରଥମ ହୋମ ଟେଷ୍ଟ କିଟକୁ ମଞ୍ଜୁରୀ ଦେଇଛି | ପୁନେର ମାଇ ଲ୍ୟାବ ଡ଼ିସକଭରୀ ସଲ୍ୟୁସନ ଦ୍ୱାରା ପ୍ରସ୍ତୁତ ଏହି କିଟର ନାମ କୋଭିସେଲ୍ଫ ରଖାଯାଇଥିବାବେଳେ ଏହାର ମୂଲ୍ୟ ୨୫୦ ଟଙ୍କା ରହିବ | ସେହିପରି ବିନା ପ୍ରେସକ୍ରିପସନରେ ଆପଣ ଔଷଧ ଦୋକାନରୁ କିମ୍ବା ଅନଲାଇନ କିଣିପାରିବେ |

ତେବେ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ନିଜ ମୋବାଇଲରେ ଏକ ଆପ ଡାଉନଲୋଡ଼ କରିବାକୁ ପଡିବ | କିନ୍ତୁ ସ୍ୱାବ ସଂଗ୍ରହ ପାଇଁ କୌଣସି ସ୍ୱାସ୍ଥ୍ୟ କର୍ମୀଙ୍କର ଆବଶ୍ୟକତା ପଡିବ ନାହିଁ | ଆଇସିଏମଆରର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ ହୋମ ଟେଷ୍ଟିଙ୍ଗ କିଟ ଖୁବ ଶୀଘ୍ର ଔଷଧ ଦୋକାନରେ ଉପଲବ୍ଧ ହେବ |

LEAVE A REPLY

Please enter your comment!
Please enter your name here