୨୪ଘଣ୍ଟାରେ ଦେଶରେ ରେକର୍ଡ ଭାଙ୍ଗିଲା କରୋନା:- ୪୫,୭୨୦ ଆକ୍ରାନ୍ତ, ୧,୧୨୯ ମୃତ

0
400

ଆଚିଭର୍ସ ନ୍ୟୁଜ୍‌, ୨୩/୦୭ (ବ୍ୟୁରୋ):- ଜୁଲାଇ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୧୨,୩,୬୩୫ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଦେଶରେ ରେକର୍ଡ ଭାଙ୍ଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ଘଣ୍ଟାରେ ୪୫,୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୧,୧୨୯ଜଣ ପ୍ରାଣ ହରାଇଛନ୍ତି।

ଆଜି ପର୍ଯ୍ୟନ୍ତ ୨୪ଘଣ୍ଟାରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିବାକୁ ଗଲେ ଏହା ସର୍ବାଧିକ। ତେବେ ୧୨,୩,୬୩୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭୮୨୬୦୬ ଜଣ ସୁସ୍ଥ ହୋଇଥିବା ବେଳେ ୨୯,୮୬୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫,୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୬,୧୬୭ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here