୨୩ ଦିନରେ ଚାଷୀ ଆନ୍ଦୋଳନ: ନିଜ ନିଜ ଜିଦରେ ଚାଷୀ ଓ ସରକାର ଅଟଳ l

0
120

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ (୧୮/୧୨):- କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ୨୩ତମ ଦିନରେ ପଂହଚିଛି । ନିଜ ନିଜ ଜିଦରେ ଚାଷ ୀ ଓ ସରକାର ଅଟଳ ରହିଥିବାକୁ ସମାଧାନର ସୁତ୍ର ବାହାରିପାରିନାହିଁ । ମାମଲାର ଶୁଣାଣି କରି ଚାଷୀ ଆନ୍ଦୋଳନ ମାମଲାରୁ ହାତ ଟେକି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ବର୍ତମାନ ସ୍ଥିତିରେ ଚାଷୀଙ୍କ ଆନ୍ଦୋଳନରେ ହସ୍ତକ୍ଷେପ କରିବେ ନାହିଁ । ତେବେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଆନ୍ଦୋଳନ କରିବା ଚାଷୀଙ୍କ ଅଧିକାର । ଏହା କେହି ଛିନ୍ନ କରିପାରିବେ ନାହିଁ । ସୁପ୍ରିମକୋର୍ଟ ଶୁଣାଣିରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ଆଗକୁ ଚାଷୀ ଆନ୍ଦୋଳନ କେଉଁ ମୋଡ ନେବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ପ୍ରଥମେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ସହ ପ୍ରଶ୍ନ କରିଥିଲେ, ମାମଲାର ଶୁଣାଣି ନସରିବା ଯାଏଁ ସ୍ଥଗିତ ରହିପାରିବ କି, ନୂଆ କୃଷି ଆଇନ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ସର୍ବୋଚ୍ଚ ଅଦାଲତଙ୍କ ଏହି ପରାମର୍ଶକୁ ଅଗ୍ରାହ୍ୟ କରି ଦେଇଥିଲେ । ଏହା ପରେ ମାମଲାର ବିଚାର କରି ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆଜି ନୂଆ ଆଇନ ନେଇ ମଧ୍ୟପ୍ରଦେଶର ଚାଷୀଙ୍କ ସହ କଥାବାର୍ତା କରିବେ । ପୂର୍ବରୁ ସେ ଗୁଜରାଟ ଚାଷୀଙ୍କ ସହ କଥା ହୋଇଥିଲେ ।

LEAVE A REPLY

Please enter your comment!
Please enter your name here