୨୦ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହୋଇଥିବା ବିରଜୁ ଓଡ଼ିଶାରେ ପହଞ୍ଚିଲେ

0
64

ସୁନ୍ଦରଗଡ/କୁତ୍ରା : ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ନିଜ ଗାଁ  କୁତ୍ରାକୁ ଫେରୁଛନ୍ତି ବିରଜୁ କୁଲୁ। ଗତକାଲି ରାତିରେ ସେ କୁତ୍ରା ଠାରୁ ୧୩୨ କିଲୋମିଟର ଦୂର ଝାରଖଣ୍ଡ ରାଜ୍ୟ ଗୁମଲାରେ ପହଞ୍ଚି ରାତି କାଟିବା ପରେ ଆଜି ସକାଳୁ କୁତ୍ରା ଅଭିମୁଖେ ଵାହାରିଛନ୍ତି। ଖବର ଲେଖାଯିବା ଵେଳକୁ ସେ ସୁନ୍ଦରଗଡ଼ ସୀମାରେ ପ୍ରବେଶ କରିଥିବା ସୂଚନା ମିଳିଛି। ପାକିସ୍ତାନ ସରକାର ବିରଜୁଙ୍କୁ ଭାରତକୁ ହସ୍ତାନ୍ତର କରିବା ପରେ ସେ ପଞ୍ଜାଵ ଅମୃତସରର ଏକ ସଂଗରୋଧ କେନ୍ଦ୍ରରେ ଥିଲେ। ଏ ସମ୍ପର୍କରେ ସୁନ୍ଦରଗଡ଼ ପ୍ରଶାସନକୁ ଅବଗତ କରାଯିବା ପରେ ପ୍ରଶାସନ ବିରଜୁଙ୍କୁ ଅମୃତସରରୁ ଆଣିବାକୁ ସମସ୍ତ  ବ୍ୟବସ୍ଥା କରିଥିଲା । ତାଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ନିଯୁକ୍ତ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାଇଥିଲେ। ବଲେରୋ ଯୋଗେ ୨ ଜଣ ଡ୍ରାଇଭରଙ୍କ ସାହାଯ୍ୟରେ ୧୭୫୦ କିଲୋମିଟର ଦୂର ଅମୃତସରରୁ ଵିରଜୁଙ୍କୁ ନେଇ ଫେରୁଛନ୍ତି। ଵିରଜୁଙ୍କ ଘରବାହୁଡା ଜନ୍ମମାଟିରେ ଉତ୍କଣ୍ଠା ବଢାଇଦେଇଛି।

LEAVE A REPLY

Please enter your comment!
Please enter your name here