୨୦୪୧ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର- କଟକ ମଧ୍ୟରେ ଗଡ଼ିବନି ମେଟ୍ରୋ ଟ୍ରେନ୍

0
14

ଭୁବନେଶ୍ବର: ଆଜି ବିଧାନସଭାରେ ଉଠିଛି ଟୁଇନ ସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ। ଭୁବନେଶ୍ୱର- କଟକ ମଧ୍ୟରେ ମେଟ୍ରୋ ରେଳ ଚାଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନିକୁ ଅର୍ଥ ଦିଆଯାଇ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ବିଧାୟକ ସୁରେଶ ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର-କଟକ ଭିତରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଏଥିଲାଗି ଟେଣ୍ଡର ହୋଇଥିଲା। ଏଥିରେ ୫ଟି କମ୍ପାନି ଭାଗ ନେଇଥିଲେ ।ଏଥିରେ ଵାଲାଜି ରେଲ ଆଣ୍ଡ ରୋଡ ବର୍ଷାଲିକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା। ହୋଇଥିବା ସର୍ଭେ ଆମେ ଖୋର୍ଦ୍ଧା ଓ ଜଟଣୀ ପର୍ଯ୍ୟନ୍ତ ମେଟ୍ରୋ ଚଳାଇବା ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ । ପୁଣି ଥରେ ସର୍ଭେ କରିବା ପାଇଁ ଆମେ ଦାବି କରିବୁ। ଏଥିରେ କଟକରୁ ଚଣ୍ଡିଖୋଲ ଓ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦେବୁ।

LEAVE A REPLY

Please enter your comment!
Please enter your name here