୧୭୫ କେଜି ଜବତ, ୨ ଗିରଫ

0
85

ଭୁବନେଶ୍ବର, ଆଚିଭର୍ସ ନ୍ୟୁଜ୍ ୨୮/୦୮ (ବ୍ୟୁରୋ)-  କଖାରୁ ଟ୍ରକରେ ଗଂଜେଇ ଚାଲାଣ। ଏଭଳି ଅଭିନବ ଉପାୟରେ ଗଞ୍ଜାମରୁ ଖଡ଼ଗପୁର ଚାଲାଣ ହେଉଥିବା ଏକ ଟ୍ରକ୍‌କୁ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଜବତ କରି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)କୁ ହସ୍ତାନ୍ତର କରାଯାଇଛି। ଟ୍ରକ୍ ଓ ୧୭୫ କିଲୋ ଗଞ୍ଜେଇ ଜବତ କରିବା ସହ ଏନସିବି ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ମହାରାଷ୍ଟ୍ରର ଟ୍ରକ୍ ମାଲିକ ତଥା ଚାଳକ ଶୈଳେଶ ଶାରଦା ପ୍ରସାଦ ପାଣ୍ଡେ(୨୭) ଓ ଚାଳକ ଉତ୍ତରପ୍ରଦେଶର ଯୁବର ଅହମ୍ମଦ(୨୬)।

ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ଏହି ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ(ଡିଆରଆଇ) ଭୁବନେଶ୍ବର ଶାଖା ଖବର ପାଇଥିଲା। ଗତକାଲି ମଞ୍ଚେଶ୍ବର ନହରକଣ୍ଟା ପାଖରେ ଡିଆରଆଇ ଚଢ଼ଉ କରି ଟ୍ରକ୍‌କୁ ଧରିଥିଲା। ଟ୍ରକ୍‌ ଉପରେ କଖାରୁ ଥିବା ବେଳେ ଯାଞ୍ଚ ସମୟରେ ତଳୁ ୭ଟି ବ୍ୟାଗ୍‌ରେ ଗଞ୍ଜେଇ ବାହାରିଥିଲା। ଡିଆରଆଇ ଟିମ୍ ଟ୍ରକକୁ ଜବତ କରି ଏନସିବିକୁ ହସ୍ତାନ୍ତର କରିଥିଲା। ଏ ସଂକ୍ରାନ୍ତରେ ଏନ୍‌ସିବି ଏକ ମାମଲା ରୁଜୁ କରି ଗିରଫ ଦୁଇଜଣଙ୍କୁ କୋର୍ଟଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here