୧୦୦୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ ବରୀରେ ପ୍ରଥମ କରୋନା ପଜିଟିଭ୍‌

0
484
bbm
bbm

ବରୀ: ଯାଜପୁର ଶନିବାର ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ପ୍ରଥମ ଚିହ୍ନଟ ଜଣକ ବରୀ ବ୍ଲକର ବୋଲି ଜଣାପଡ଼ିଛି। ତେବେ ପ୍ରଥମ ଥର ବରୀ ବ୍ଲକରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ବରୀ ବ୍ଲକ କଳାମାଟିଆ ପଞ୍ଚାୟତର କାଇପଡା ଗ୍ରାମର ଜଣେ ୨୮ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମାର୍ଚ୍ଚ୨୮ରେ ସେ କୋଲକାତାରୁ ୪ଜଣଙ୍କ ସହିତ ଘରକୁ ଫେରିଥିଲେ। ଗାଁକୁ ଫେରିବା ସମୟରେ ପଶ୍ଚିମବଙ୍ଗ ସୀମା ପୋଲିସ ସେମାନଙ୍କୁ ଅଟକାଇଥିଲା ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଅବସ୍ଥାରେ ଉକ୍ତ ୫ ଜଣ ଏକ ବୋଲେରୋ ଯୋଗେ ନିଜ ଗାଁରେ ପହଞ୍ଚିିଥିଲେ। ମାଛ ଗାଡି, ବୋଲେରୋ, ଡିଜାର ସୁଇପ୍ଟ ଆଦି ଗାଡ଼ିରେ ସେ କୋଲକାତାରୁ ଫେରିଥିବା ନେଇ ସୂଚନା ରହିଛି। ଫେରିବା ପରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହି ମଧ୍ୟ ସେ ଗାଁର କିଛି ଯୁବକଙ୍କ ସହ ତାସ୍‌, କ୍ରିକେଟ ଖେଳିବା ସହ ବୁଲାବୁଲି ମଧ୍ୟ କରିଛନ୍ତି। ପାଖାପାଖି ୧ହଜାର ଲୋକଙ୍କ ସହିତ ସେ ମିଶିଥିବା ଅନୁମାନ କରାଯାଉଛି। ଯାହା ଏବେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

LEAVE A REPLY

Please enter your comment!
Please enter your name here