ହଟସ୍ପଟ ମୁମ୍ବାଇରୁ ୭୦ କରୋନା ରୋଗୀ ନିଖୋଜ

0
463

ମୁମ୍ବାଇ, ଆଚିଭର୍ସ ନ୍ୟୁଜ୍‌, ୨୪/୦୬ (ବ୍ୟୁରୋ)- କରୋନା ସଂକ୍ରମଣର ହଟସ୍ପଟ ଭାବେ ଚିହ୍ନିତ ମୁମ୍ବାଇରୁ ୭୦ଜଣ କରୋନା ରୋଗୀ ନିଖୋଜ ହୋଇଯାଇଛନ୍ତି । ନିଖୋଜ ରୋଗୀଙ୍କୁ ଠାବ କରିବା ଲାଗି ପୁଲିସର ସହାୟତା ଲୋଡ଼ାଯାଇଛି । ବ୍ରିହାନମୁମ୍ବାଇ କର୍ପୋରେସନ (ବିଏମ୍‌ସି) ଅଧୀନରେ ଚିହ୍ନଟ ହୋଇଥିବା ୭୦ କରୋନା ପଜିଟିଭଙ୍କୁ ହସ୍ପିଟାଲ ଆଣି ଚିକିତ୍ସା କରିବାକୁ ଯୋଗଯୋଗ କରାଯାଇଥିବାବେଳେ ସେମାନଙ୍କ ଠାବ କରାଯାଇପାରି ନଥିଲା । ସଂକ୍ରମିତମାନେ ଦେଇଥିବା ଫୋନ ଓ ଘର ଠିକଣା ସମ୍ପୂର୍ଣ୍ଣ ଭୁଲ୍ ଥିଲା । ନିଖୋଜ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ମୁମ୍ବାଇର ମାଲଦା ଅଞ୍ଚଳର ଯାହା ସହରର ସବୁଠାରୁ ସଂକ୍ରମିତ ଅଞ୍ଚଳ ।

LEAVE A REPLY

Please enter your comment!
Please enter your name here