ସ୍ୱାଧୀନତାରେ ଓଡ଼ିଆ ଯୋଦ୍ଧାଙ୍କ ଗୌରବ

0
26

ଆଚିଭର୍ସ ନ୍ୟୁଜ୍ ୧୪/୦୮ (ବ୍ୟୁରୋ)- ଓଡ଼ିଶାର ହଜାର ହଜାର ସଂଗ୍ରାମୀ ଗାନ୍ଧୀଜୀଙ୍କ ଡାକରାରେ “କରବ । ମର’ ଆନ୍ଦୋଳନରେ ଝାସଦେଇ କାରବରଣ କରିବା ସହିତ ଲକ୍ଷାଧିକ ନିରପରାଧ ଲୋକ ବିଭିନ୍ନ ପ୍ରକାରରେ ନିର୍ଯ୍ୟାତିତ ହୋଇଥିଲେ । ପୂର୍ବରୁ ସ୍ୱାଧୀନତା ଢ଼େର୍ କମ୍ ସଂଖ୍ୟକ ନାରୀ ଅଂଶଗ୍ରହଣ କରିଥିବା ବେଳେ ଭାରତ ଛାଡ଼ ଆନ୍ଦୋଳନରେ କିନ୍ତୁ ଓଡ଼ିଶାର କ୍ରାନ୍ତିକାମୀ ମହିଳାମାନେ ପରଦା ଆଢୁଆଳରୁ ବାହାରକୁ ଆସି ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୫୦ରୁ ଅଧିକ ମହିଳା ସଂଗ୍ରାମୀ ଜେଲ୍ ଭରିଥିଲେ । ଏହି ଆନ୍ଦୋଳନ କାଳରେ ବହୁ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ି ସ୍ୱାଧୀନ୍‌ାର ଯଜ୍ଞବେଦିରେ ନିଜକୁ ଆହୁତି ଦେଇଥିଲେ ।
୧୯୨୧ରୁ ୧୯୩୮ ପର୍ଯ୍ୟନ୍ତ ଗାନ୍ଦୀଜୀଙ୍କ ଘନ ଘନ ଓଡ଼ିଶା ଗସ୍ତ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ସହିତ ସତ୍ୟାଗ୍ରହୀମାନଙ୍କୁ ପ୍ରତ୍ୟକ୍ଷ ତାଲିମ୍ ଯୋଗୁ ଓଡ଼ିଶାରେ ଦେଶ ପାଇଁ ବଳିଦାନ ଦେବାର ଯେଉଁ ଲହର ସୃଷ୍ଟି ହୋଇଥିଲା ତାହାର ପ୍ରତିଫଳନ ଭାରତ ଛାଡ଼ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଥିଲା । ଯେଉଁ ସ୍ୱାଧୀନତା ପାଇଁ ଏତେ ବଳିଦାନ, ତାହାର ସ୍ୱରୂପ କ’ଣ ହେବ ସେ ସଂକ୍ରାନ୍ତରେ ଦିଆଯାଇଥିଲାଘୋଷିତ ପ୍ରତିଶ୍ରୁତି । ଏଥିରେ ଉଲ୍ଲେଖ ଥିଲା ଯେ ସ୍ୱାଧୀନ ଭାରତର ସାଧାରଣ ଲୋକଙ୍କ ହାତରେ ଶାସନର ଡୋରି ରହିବ ଏବଂ ଦେଶର ସାର୍ବଭୌମତ୍ୱ, ପ୍ରତିରକ୍ଷା, ଆଇନ, ଆର୍ଥିକ ବ୍ୟବସ୍ଥା ତଥା ଆମଦାନୀ ଓ ରପ୍ତାନୀ ଉପରେ ରାଷ୍ଟ୍ରର ପୂର୍ଣ୍ଣ ନିୟନ୍ତ୍ରଣ ରହିବ ।
୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନ ହେଲା । ଏଥିଲାଗି ହଜାର ହଜାର ସତ୍ୟାଗ୍ରହୀ ସହିଦ ହୋଇଛନ୍ତି । ଲକ୍ଷାଧିକ ସଂଗ୍ରାମୀ ବି କାରବରଣ କରିଛନ୍ତି । ଆଉ କେତେ ଯେ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ତାହାର ହିସାବ ନାହିଁ । ତେବେ ସଂଗ୍ରାମୀର ସଫଳତା ସ୍ୱରୂପ ଆମକୁ ମିଳିଛି ସ୍ୱାଧୀନତା । ଜଣତନ୍ତ୍ରରେ ଲୋକଙ୍କର ଭାଗିଦାରୀ କେବଳ ଭୋଟ୍‌ଦାନରେ ସୀମିତ ରହୁଥିବାରୁ ଦୁର୍ନୀତି, ଭ୍ରଷ୍ଟାଚାର ଆଦି କାୟା ମେଲାଇ ବ୍ୟବସ୍ଥାକୁ ବିପନ୍ନ କରି ଚାଲିଛନ୍ତି । ମାଡ଼ିଆସୁଥିବା ଘନ ଅନ୍ଧକାରରୁ ଆମ କଷ୍ଟଲବ୍ଧ ସ୍ୱାଧୀନତା ରକ୍ଷା କରି ପ୍ରଗତିର ଆଲୋକ ସ୍ତମ୍ଭ ଆଡ଼କୁ ନେବା ଲାଗି ଆମ ସମସ୍ତଙ୍କୁ ଗୋଟିଏ ଗୋଟିଏ ଛୋଟ ଦୀପ ହେବାକୁ ପଡ଼ିବ । ଭାରତ ଛାଡ଼ ଆନ୍ଦୋଳନ ବେଳେ ଗାନ୍ଧୀଜୀଙ୍କ କ୍ରାନ୍ତିକାରୀ ଆହ୍ୱାନ ‘କର ବା ମର’ ଆଜିର ପରିସ୍ଥିତିରୁ ମୁକୁଳିବା ପାଇଁ ସତେଯେମିତି ଆମକୁ ହାତଠାରି ଡାକୁଛି ।

LEAVE A REPLY

Please enter your comment!
Please enter your name here