ସୂର୍ଯ୍ୟପରାଗ ଲାଗି ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତି

0
462

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୧୯/୦୬ (ବ୍ୟୁରୋ)- ଆସନ୍ତା ୨୧ ତାରିଖ ରବିବାର ଦିନ ମହାଜାଗତିକ ସୂର୍ଯ୍ୟପରାଗ ସଂଘଟିତ ହେବ । ଏଥିପାଇଁ ଶ୍ରୀଲିଙ୍ଗରାଜଙ୍କ ନିମନ୍ତେ ସ୍ୱତନ୍ତ୍ର ଦେବନୀତି ପ୍ରସ୍ତୁତ ହୋଇଛି । ଆଜି ଅପରାହ୍ନରେ ମନ୍ଦିର ପ୍ରଶାସନ ଦପ୍ତରରେ ଅନୁଷ୍ଠିତ ଏକ ବୈଠକରେ ଜ୍ୟୋତିର୍ବିଦ୍‌ଙ୍କ ଗଣନା ଆଧାରରେ ସୂର୍ଯ୍ୟେପରାଗ ଲାଗି ମହାପ୍ରଭୁଙ୍କ ସ୍ୱତନ୍ତ୍ର ଦେବନୀତି ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି । ରବିବାର ପୂର୍ବାହ୍ନ ୧୦ଟା ୩୮ ମିନିଟ୍ ୧୭ ସେକେଣ୍ଡରେ ପରାଗ ସ୍ପର୍ଶ ହେବ । ପରାଗର ମଧ୍ୟଭାଗ ମଧ୍ୟାହ୍ନ ୧୨ଟା ୨୬ ମିନିଟ୍ ୯ ସେକେଣ୍ଡରେ ପଡ଼ିବ । ପରାଗ ସର୍ବମୋକ୍ଷ ଅପରାହ୍ନ ୨ଟା ୯ମିନିଟ୍ ୩୮ ସେକେଣ୍ଡରେ ହେବ ।

LEAVE A REPLY

Please enter your comment!
Please enter your name here