ସିବିଆଇ ତଦନ୍ତ ଦାବି କଲେ ରିୟା ଚକ୍ରବର୍ତ୍ତୀ

0
438

ମୁମ୍ବାଇ, ଆଚିଭର୍ସ ନ୍ୟୁଜ୍‌, ୧୭/୦୭ (ବ୍ୟୁରୋ)-  ବଲିଉଡ୍ ଷ୍ଟାର୍‌ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଚାରିଆଡ଼ୁ ସିବିଆଇ ତଦନ୍ତର ଦାବି ଉଠୁଛି। ନେତାଙ୍କ ଠାରୁ ଅଭିନେତା କିମ୍ବା ସାଧାରଣ ଜନତା ସମସ୍ତେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏବେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।

ଏନେଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ରିୟା। ଏ ସମ୍ପର୍କରେ ସେ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଆପଣଙ୍କୁ(ଅମିତ ଶାହ) ହାତ ଯୋଡ଼ି ନିବେଦନ କରୁଛି ବୋଲି ଟ୍ୱିଟରରେ ଲେଖିଛନ୍ତି ରିୟା।

ଏଥିସହିତ ଜନ ଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି। ଆପଣ ଚାହିଁଲେ ଗୋଟିଏ ମିନିଟ୍‌ରେ ତଦନ୍ତ ନିର୍ଦ୍ଦେଶ ଦେଇପାରିବେ ବୋଲି ଲେଖିଛନ୍ତି।

LEAVE A REPLY

Please enter your comment!
Please enter your name here