ସାରା ବିଶ୍ୱକୁ ଡରାଉଛି କରୋନା, ପ୍ରବାସୀ ଭାରତୀୟ ଆବିଷ୍କାର କଲେ ପ୍ରତିଷେଧକ

0
645
ABC
ABC

ସାରା ବିଶ୍ୱକୁ ଡରାଉଛି କରୋନା । କରୋନାରୁ ବର୍ତିବା ପାଇଁ ପ୍ରତିଷେଧକ ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି । ଏହା ଭିତରେ ଅଷ୍ଟ୍ରେଲିଆର ଏକ ଗବେଷଣା ସଂସ୍ଥାରେ ଜଣେ ପ୍ରବାସୀ ଭାରତୀୟ କରୋନାର ପ୍ରତିଷେଧକ ଆବିଷ୍କାର କରିଛନ୍ତି । ଗଣମାଧ୍ୟମର ସୂଚନାନୂସାରେ ଅଷ୍ଟ୍ରେଲିଆର କମନ୍‌ୱେଲଥ୍ ସାଇଂଟଫିକ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେସନ୍ ର ଲ୍ୟାବରେ କରୋନା ଭାଇରସ୍ ଉପରେ ଗବେଷଣା କରାଯାଇଥିଲା ।ଗତ ସପ୍ତାହରରେ ଜଣେ ବ୍ୟକ୍ତିଙ୍କ ସାମ୍ପଲରୁ ମିଳିଥିବା ଭାଇରସକୁ ଆଇସୋଲେଟ୍ କରିବାରେ ସଫଳ ହୋଇଥିଲେ । ଏହି ଗବେଷଣା ବାବଦରେ ସୂଚନା ଦେବା ସହ ଭାରତୀୟ ଡାକ୍ତରଙ୍କୁ ଧନ୍ୟବାଦ ଦେଇଥିଲେ ଲ୍ୟାବର ମୁଖ୍ୟ । ଅଷ୍ଟ୍ରେଲିଆର ଆନିମଲ ହେଲ୍‌ଥ ଲ୍ୟାବରେ ମୋର ସହଯୋଗୀ ଏହି ରୋଗ ଉପରେ ଅଧିକ ଗବେଷଣା କରୁଛନ୍ତି । ଖୁବ ଶିଘ୍ର କରୋନାରୁ କେମିତି ପୁରାପୁରି ମୁକ୍ତି ମିଳିବ ତାର ଓଷଧ ବାହାରି ଯିବ ।

LEAVE A REPLY

Please enter your comment!
Please enter your name here