ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଜଣେ ଯୁବତୀ ହତ୍ୟାର ଶିକାର ହୋଇଛନ୍ତି। ଯୁବତୀଙ୍କ ନାମ ମମତା ରାଉତ(୨୬)।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ମମତା ପରିବାରବର୍ଗଙ୍କ ସହ ଖାଇପିଇ ଶୋଇଥିଲେ। ତେବେ ରହସ୍ୟଜନକ ପରିସ୍ଥିତିରେ ଆଜି ସକାଳୁ ମମତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ପ୍ରହ୍ଲାଦ ରାଉତ ଗଣିଆ ଥାନାରେ ଅଭିଯୋଗ କରିଛନ୍ତି। ମମତାଙ୍କ ମୁଣ୍ଡକୁ କଟୁରିରେ ଏକାଧିକ ଚୋଟ ପକାଯାଇଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟ କଥା ହେଲା ପରିବାରବର୍ଗଙ୍କ ସହ ଶୋଇଥିବା ମମତାଙ୍କୁ ଘରେ ପଶି କେହି ଦୁର୍ବୃତ୍ତ ଏଭଳି ଆକ୍ରମଣ କରିଲା ଏବଂ ପରିବାରବର୍ଗ ଜାଣି ପାରିଲେନି କେମିତି। ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।