ସଙ୍କଟରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା

0
590
cf
vg

ପୁରୀ: ୟେସ୍ ବ୍ୟାଙ୍କ ସଙ୍କଟ ଖବର ପରେ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିର ପ୍ରଶାସନର କୋଟି କୋଟି ଟଙ୍କା ବୁଡି ଯିବା ନେଇ ସୃଷ୍ଟି ହୋଇଛି ସନ୍ଦେହ । ଏହି ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ୫୯୨ କୋଟି ଟଙ୍କା ଜମା ରଖିଥିଲା । ଚଳିତ ମାସ ୧୬ ଓ ୨୯ରେ ମାଚ୍ୟୋର ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ପରିଚାଳନାରେ ହସ୍ତକ୍ଷେପ କରି ଜଣେ ଗ୍ରାହକ ମାସକୁ କେବଳ ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି କଟକଣା ଜାରି କରିଛି ।ଏହା ପରେ ବ୍ୟାଙ୍କରେ ଜମା ଟଙ୍କାକୁ ନେଇ ବଡ଼ ଧରଣର ସନ୍ଦେହ ସୃଷ୍ଟି ହୋଇଛି । ପରିଚାଳନା କମିଟି ବିନା ଅନୁମୋଦନରେ କିଭଳି ଏତେ ପରିମାଣର ଟଙ୍କା ଏକ ଘରୋଇ ବ୍ୟାଙ୍କରେ ରଖାଗଲା ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ମହାପ୍ରଭୁଙ୍କ ଏହି ଟଙ୍କା ୟେସ୍‌ ବ୍ୟାଙ୍କରୁ ଉଠାଯାଇ କିଭଳି ଜାତୀୟକରଣ ବ୍ୟାଙ୍କରେ ଜମା ହେବ ସେ ନେଇ ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ, ସେବାୟତଙ୍କ ସହ ଭକ୍ତମାନେ ଦାବି କରିଛନ୍ତି। ଅପରପକ୍ଷେ ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଜିଲା ପ୍ରଶାସନିକ ଅଧିକାରୀ ମୁହଁ ଖୋଲୁ ନ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here