ପରଦାକୁ ଆସୁଛି ୩ଟି ଫିଲ୍ମ

0
718

() ଆସନ୍ତାକାଲି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ୩ଟି ଜବରଦସ୍ତ ଫିଲ୍ମ । ଲଭ୍ ରୋମାନ୍ସ, ଆକ୍ସନ,ଥ୍ରିଲର ଓ ଇମୋଶନ୍‌ରେ ପୁରାପୁରି ଭରା ରହିବ ଏହି ଫ୍ରାଇଡେ । ଗୋଟିଏ ପଟେ ଆଦିତ୍ୟ ରାୟ କାପୁର ଓ ଦୀଶା ପଟାନୀଙ୍କର ମଲଙ୍ଗ ଆସୁଥିବାବେଳେ ତାଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଉଛନ୍ତି ହୀନା ଖାନ୍ ତାଙ୍କ ଡେବ୍ୟୁ ଫିଲ୍ମ ହ୍ୟାକ୍‌ଡ ଏବଂ କାଶ୍ମୀର ପଣ୍ଡିତଙ୍କ ଉପରେ ଫିଲ୍ମ ଶିକାରା ।
ମଲଙ୍ଗ- ତିନୋଟି ଫିଲ୍ମରୁ ବେଶି ଚର୍ଚ୍ଚାରେ ଅଛି ମଲଙ୍ଗ । ଆଦିତ୍ୟ ରାୟ କାପୁର ଓ ଦିଶା ପଟାନୀଙ୍କ ସିନେମା ମଲଙ୍ଗ । ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଦିତ୍ୟଙ୍କ ଦମ୍‌ଦାର ଅନ୍ଦାଜ ଓ ଦିଶାଙ୍କ କ୍ୟୁଟ୍ ଲୁକ୍ ଓ ଡ୍ୟାନ୍ସ ମୁଭ୍‌ସ ମୁଭିର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏଥିରେ ଅନିଲ କାପୁରଙ୍କୁ ଗ୍ୟାଙ୍ଗଷ୍ଟାର ଭୂମିକାରେ ଦେଖିବାକୁ ମିଳିବ । ହାତରେ ବନ୍ଧୁକ ଓ ଓଠରେ କ୍ରିଟିକାଲ ହସ ସହ ଜବରଦସ୍ତ ଆକ୍ସନ ଦେଖାଇଛନ୍ତି ଅନିଲ । ସିନେମାର ଟ୍ରେଲରକୁ ଦର୍ଶକ ଭଲ ରେସପନ୍ସ ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଭୂଷଣ କୁମାର ।
ହ୍ୟାକ୍‌ଡ- ହ୍ୟାକଡ୍ ଏହି ଫିଲ୍ମଟି ହେଉଛି ସିରିୟଲ ଦୁନିଆର ସୁନା ବୋହୁ ତ କେତେବେଳେ ଖତରନାକ କୋମାଲିକା ଓରଫ ହୀନ ଖାନଙ୍କର ଡେବ୍ୟୁ ଫିଲ୍ମ । ଢ଼େରସାରା ସସ୍‌ପେନ୍ସ ଓ ଥ୍ରିଲର ଭରି ରହିଛି ଏହି ଫିଲ୍ମରେ । ଜଣେ ନାବାଳକର ଜଣେ ଯୁବତୀଙ୍କ ପ୍ରତି ଥିବା ପ୍ରେମ କେମିତି ପାଗଳାମିରେ ପରିଣତ ହେଉଛି ଏବଂ ଇଂଟରନେଟ ମିସି୍ ୟୁଜ୍ କରୁଛି ତାହା ରହିଛି ଫିଲ୍ମର କାହାଣୀ । ତେବେ ଏହି ଫିଲ୍ମକୁ ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେଇଥିବାବେଳେ ହିନା ଖାନ୍‌ଙ୍କ ସହ ରୋହନ ଶାହା ଏବଂ ମୋହିତ୍ ମଲହୋତ୍ରା ପ୍ରମୁଖ ନଜର ଆସିବେ ।
ଶିକାରା- ତେବେ ଏସବୁକୁ ଟକ୍କର ଦେବାକୁ ମଇଦାନକୁ ଆସୁଛି ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ଶିକାରା । ୧୯୮୯ ମସିହାର କାଶ୍ମୀର ପଣ୍ଡିତଙ୍କୁ ବିତାଡିତ ହେବାର କାହାଣୀ ଦେଖିବାକୁ ମିଳିବ ଏହି ଫିଲ୍ମିରେ । ୩୦ବର୍ଷ ପୂର୍ବେ ଜାମ୍ମୁ କାଶ୍ମରୀରେ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ପଣ୍ଡିତଙ୍କର ବିସ୍ଥାପନର ଦୁଃଖଦ କାହାଣୀ ଉପରେ ଆଧାରିତ ଫିଲ୍ମ ଶିକାରା । କିପରି ଭାବେ ଜମି ଓ ଘର ଛାଡିବାକୁ ବାଧ୍ୟ କରାଯାଏ ଆଉ ତା ପରେ କଣ ଘଟୁଛି ସେୟା ହଉଛି ଫିଲ୍ମିର କାହାଣୀ । ଏହି ସିନେମାରେ ଦୁଇ ଜଣ ନବାଗତ ସାଦିଆ ଏବଂ ଆଦିଲ୍ ଖାନ୍ ମୁଖ୍ୟ ଭୂମିକାରେ ଦେଖାଦେବେ ।

LEAVE A REPLY

Please enter your comment!
Please enter your name here