ଶ୍ରୀମନ୍ଦିରରେ କଟକଣା, ଅରୁଣସ୍ତମ୍ଭ, ଗରୁଡ଼ସ୍ତମ୍ଭ, ଦେବାଦେବୀଙ୍କୁ ଛୁଇଁବାକୁ ବାରଣ

0
563
SS
SS

ପୁରୀ : କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା । ଆଜି ପୁରୀରେ ଛତିଶାନିଯୋଗ ବୈଠକରେ କୋରୋନା ମୁକାବିଲା ପାଇଁ ସମୀକ୍ଷା କରାଯାଇଛି । ଯଦି ପରିବାରର କୌଣସି ସଦସ୍ୟ ବିଦେଶରୁ ଫେରିଥିବେ ତେବେ ଫର୍ମରେ ସ୍ପଷ୍ଟ କରିବେ। ଶ୍ରୀମନ୍ଦିର ବାହାରେ ହେଲ୍ପ ଡେସ୍କରେ ଫର୍ମ ଯୋଗାଇ ଦିଆଯିବ।  ଏଣିକି ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବାକୁ ବାଧ୍ୟ। ସେହିପରି ଅରୁଣସ୍ତମ୍ଭ, ଗରୁଡ଼ସ୍ତମ୍ଭ, ଦେବାଦେବୀଙ୍କୁ ଛୁଇଁବାକୁ ବାରଣ କରାଯାଇଛି। ପୂଜାପଣ୍ଡା ସେବକମାନେ ସେବା ବେଳେ ମୁହଁରେ ମୁଖା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ଭିତରେ ସଂକୀର୍ତ୍ତନ ଜରିଆରେ ପୂଜାପାଠ ବାରଣ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯାଇଛି। ତେବେ ଧାଡ଼ି ଭିତରେ 2 ମିଟର ବ୍ୟବଧାନ ରହିବ। ଏପ୍ରିଲ 15 ତାରିଖ ଯାଏଁ ଭିତରକାଠ ପର୍ଯ୍ୟନ୍ତ ଧାଡ଼ିରେ ଯାଇ ଦର୍ଶନ କରିବେ ଭକ୍ତ।

ସେହିଭଳି ସୁରକ୍ଷା ଦୃଷ୍ଟିରୁ ଜଗମୋହନ ଓ ଅରୁଣ ସ୍ତମ୍ଭ ନିକଟରେ ଜନ ସମାଗମ ଉପରେ କଟକଣା ଜାରି କରାଯାଇଛି । ଏହାସହ ଆନନ୍ଦ ବଜାରରେ ବସିବା ଓ ଭୋଜନବେଳେ ପରସ୍ପରଠାରୁ ଦୂରତା ରକ୍ଷା କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here