ଶେଷ ଦର୍ଶନ ପାଇଁ ୫୧,୦୦୦ଟଙ୍କା ମାଗିଲା ଡାକ୍ତରଖାନା

0
45

କୋଲକାତା, ଆଚିଭର୍ସ ନ୍ୟୁଜ୍ ୧୦/୦୮ (ବ୍ୟୁରୋ)-  କରୋନା ଆକ୍ରାନ୍ତ ହୋଇ ବୃଦ୍ଧ ମୃତ୍ୟୁବରଣ କରିବା ପରେ ଶେଷ ଦର୍ଶନ ପାଇଁ ପରିବାରକୁ ଡାକ୍ତରଖାନା ପକ୍ଷରୁ ୫୧,୦୦୦ଟଙ୍କା ମଗାଯିବା ଘଟଣାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଶନିବାର ମଧ୍ୟରାତ୍ରିରେ ମୃତ୍ୟୁବରଣ କରିଥିବା ହରି ଗୁପ୍ତାଙ୍କ ପୁଅ ସାଗର ଗୁପ୍ତା ଏହି ଘଟଣାର ବିରୋଧ କରି ପୁଲିସରେ ଏ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି। ତାଙ୍କ ଅନୁଯାୟୀ ଘରୋଇ ଡାକ୍ତରଖାନା ବାପାଙ୍କ ମୃତ୍ୟୁ ସମ୍ପର୍କରେ ଆମକୁ ଜଣାଇ ନଥିଲା। ଶନିବାର ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆମକୁ ରବିବାର ଅପରାହ୍ନରେ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଥିଲା। ରାତିରେ କାହିଁକି ଜଣାଇଲ ନାହିଁ ବୋଲି ପଚାରିବା ପରେ ଆମକୁ ଯୋଗାଯୋଗ କରିବା ପାଇଁ ସେମାନଙ୍କ ପାଖରେ ଆମ ନମ୍ବର ନଥିବା କହିଥିଲେ।

ଖବର ପାଇ ଆମେ ଡାକ୍ତରଖାନାରେ ପହଞ୍ଚିବା ପରେ ଶବକୁ ଶବଦାହ ପାଇଁ ପଠାଯାଇଥିବା ବିଷୟରେ ଆମକୁ ସୂଚନା ଦିଆଯାଇଥିଲା। ଆମେ ଶିବପୁର ଶବଦାହ ସ୍ଥଳରେ ପହଞ୍ଚିବା ପରେ ଆମକୁ ମୃତଦେହ ଦେଖିବା ପାଇଁ ୫୧,୦୦୦ ଟଙ୍କା ମଗାଯାଇଥିଲା। ପରେ ଏ ନେଇ ଆମେ ବିରୋଧ କରିବାରୁ ସେମାନେ ୩୧,୦୦୦ଟଙ୍କା ଦେବାକୁ କହିଥିଲେ, କିନ୍ତୁ ଆମେ ଦେବାକୁ ରାଜି ହୋଇନଥିଲୁ। ପୁଲିସକୁ ଘଟଣା ବିଷୟରେ ଜଣାଇବା ପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ସତ, ହେଲେ ଶବଦାହ କରୁଥିବା ଡାକ୍ତରଖାନା କର୍ମଚାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ କଥା ହେବା ପାଇଁ ପୁଲିସକୁ କହିଥିଲେ।

LEAVE A REPLY

Please enter your comment!
Please enter your name here