ଶୀର୍ଷରେ ଦିଲ୍ଲୀ ଧାୱନ-ଆୟର ଅର୍ଧଶତକ ରାଜସ୍ଥାନ ୧୩ ରନ୍‌ରେ ହାରିଲା

0
58

ଦୁବାଇ: ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ତା’ ସହ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ପାଇ ପଏଣ୍ଟ୍‌ ତାଲିକାର ଶୀର୍ଷସ୍ଥାନକୁ ଫେରିଛି। ଅନ୍ୟପକ୍ଷରେ ରାଜସ୍ଥାନ ସେହି ୮ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଛି। ଦିଲ୍ଲୀ ଆଜି ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା। ଏହାର ଜବାବରେ ରାଜସ୍ଥାନ ୮ ୱିକେଟ୍ ହରାଇ ୧୪୮ ରନ୍‌ରେ ଅଟକି ଯାଇଥିଲା।

୧୬୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ରାଜସ୍ଥାନ ପକ୍ଷରୁ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦ୍ରୁତ ୪୧ ରନ୍ କରିଥିଲେ। ତେବେ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ (୧) ପୁଣି ଥରେ ଏକ ଅଙ୍କରେ ସୀମିତ ରହିବା ଏବଂ ରିଆନ ପରାଗ (୧) ଠିକଣା ସମୟରେ ରନ୍‌ଆଉଟ୍ ହେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here