ଶିମିଳିପାଳ ବନାଗ୍ନି ଅନୁଧ୍ୟାନ ପାଇଁ ୩ ଜଣିଆ ବିଶେଷଜ୍ଞ କମିଟି ଗଠନ

0
18

ଭୁବନେଶ୍ବର: ବନାଗ୍ନି ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଥିଲେ । ଓଡ଼ିଶାର ନେତୃବୃନ୍ଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟି ଶିମିଳିପାଳ ଜାତୀୟ ଉଦ୍ୟାନରେ ବନାଗ୍ନି ନେଇ ନିଜର ଉଦବେଗ ଜଣାଇଥିଲେ । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ କମିଟି ପଠାଉଛି ବୋଲି ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀ ଜାଭଡେକର ସୂଚନା ଦେଇଥିଲେ। ଏବେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରି ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ(ଏମଓଇଏଫଆଣ୍ଡସିସି) ଏକ ୩ଜଣିଆ ଟିମ ଗଠନ କରିଛି।ଏହି ୩ ଜଣିଆ ବିଶେଷଜ୍ଞ କମିଟିରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ଆଇଜିଏଫ୍ ଡ.ଅମିତ ମଲ୍ଲିକ, ଭୁବନେଶ୍ୱର ଜଙ୍ଗଲ ମନ୍ତ୍ରାଳୟ ଆଞ୍ଚଳିକ କାର୍ଯ୍ୟାଳୟର ଡିଡିଜି ସୁବ୍ରତ ମହାପାତ୍ର ଏବଂ ଆଇସିଏଫଆରଇ ସିଭିକଲଚର ମୁଖ୍ୟ ଆରତୀ ଚୌଧରୀ ଅଗ୍ନି ବିଶେଷଜ୍ଞ ଭାବର ସାମିଲ ଅଛନ୍ତି। ଏହି ୩ଜଣିଆ ଟିମ ଶିମିଳିପାଳ ଯାଇ ଅଗ୍ନିକାଣ୍ଡରସ୍ଥିତିର ମୂଲ୍ୟାଙ୍କନ କରିବେ, ଜଙ୍ଗଲ ଅଞ୍ଚଳରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟକୁ ‌ବୈଷୟିକ ପରାମର୍ଶ ଦେବେ ଏବଂ ଏହି ନିଆଁ ଲାଗିବା ଦ୍ବାରା କେତେ ବନ୍ୟଜନ୍ତୁ ପ୍ରଭାବିତ ହୋଇଛନ୍ତି ତାହାର ସ୍ଥିତି ବିଷୟରେ ଅନୁଧ୍ୟାନ କରିବେ।

LEAVE A REPLY

Please enter your comment!
Please enter your name here