ଶିବ ମନ୍ଦିରରେ ଜମୁଛି ଭିଡ଼

0
701
shiva
sambhu

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଆଜି ପବିତ୍ର ମହା ଶିବରାତ୍ରି । ଶୈବପୀଠରେ ଲାଗୁଛି ଭକ୍ତଙ୍କ ଗହଳି । ରାଜ୍ୟର ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳୁଛି ହଜାର ହଜାର ଭକ୍ତଙ୍କ ସମାଗମ । ଭୋଳାବାବାଙ୍କ ଆଶୀର୍ବାଦ ପାଇବାକୁ ଦୂରଦୁରାନ୍ତରୁ ଆସୁଛନ୍ତିୁ ଭକ୍ତ । ପୁରୀର ବାବା ଲୋକନାଥ ପୀଠରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ଭୋଳାବାବା ନାରାରେ ପ୍ରକମ୍ପିତ ହେଉଛି ଆଠଗଡ଼ର ଧବଳେଶ୍ୱର ପୀଠ । କପିଳାସରେ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି ।ଆରଡ଼ିର ଆଖଣ୍ଡଳମଣି ପୀଠ, ଶରଣକୂଳର ଲଡ଼ୁବାବା, ବଲାଙ୍ଗିର ହରିଶଙ୍କର ପୀଠରେ ମଧ୍ୟ ଶିବରାତ୍ର ପାଇଁ ଭିଡ଼ ଜମିଛି । ଶାନ୍ତି ଶୃଙ୍ଖଳା ସହ ଜାଗର ପାଳନ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here