‘ଶତ୍ରୁର ଶତ୍ରୁ ହେଉଛି ପରମ ମିତ୍ର’

0
103

ଆଚିଭର୍ସ ନ୍ୟୁଜ୍ ୨୮/୦୮ (ବ୍ୟୁରୋ)-  ବାଇବଲରେ ରହିଥିବା ଦୁଇଟି ବାଣୀ ଯାହା କହିଥାଏ ଯେ ପଡ଼ୋଶୀମାନଙ୍କୁ ଭଲ ପାଅ ଏବ˚ ଶତ୍ରୁମାନଙ୍କୁ ଶ୍ରଦ୍ଧା କର ଶୁଣିଲା ବେଳେ କେଜାଣି କାହିଁକି ମୋର ଏକ ଧାରଣା ସୃଷ୍ଟି ହୁଏ ଯେ ପଡ଼ୋଶୀ ଏବ˚ ଶତ୍ରୁ ଦୁହେଁ ହେଉଛନ୍ତି ସେହି ଗୋଟିଏ ଲୋକ। ଚେଷ୍ଟରଟନଙ୍କ ଏହି ବକ୍ତବ୍ୟ ପଛରେ ରହିଥିବା ସତ୍ୟତାକୁ ଅନେକ ପାଠକପାଠିକା ହୃଦୟଙ୍ଗମ କରିଥିବେ ଅବଶ୍ୟ। ସେମାନେ ଏହା ମଧୢ ସେମାନଙ୍କ ଅନୁଭୂତିରୁ ଜାଣି ଥାଇପାରନ୍ତି ଯେ ପଡ଼ୋଶୀ-ପରିଚାଳନା ଭଳି ଏକ ସୂକ୍ଷ୍ମ କୌଶଳ ବ୍ୟବହାର କରି କିଭଳି କେହି କେହି ଧୂର୍ତ୍ତ ବ୍ୟକ୍ତି ତାଙ୍କ ସହିତ ଭଲ ପଡୁ ନ ଥିବା ପଡ଼ୋଶୀ ବିରୋଧରେ ସାହିର ଅନ୍ୟ ପଡ଼ୋଶୀମାନଙ୍କୁ ନିଜ ପକ୍ଷରେ ଏକଜୁଟ କରାଇ ପାରନ୍ତି। ଏଭଳି କରିବା ଲାଗି ସେ ଯେଉଁ ସରଳ ଦର୍ଶନର ବ୍ୟବହାର କରିଥାନ୍ତି ତାହା ହେଉଛି ‘ଶତ୍ରୁର ଶତ୍ରୁ ହେଉଛି ପରମ ମିତ୍ର’। ସେହି ତତ୍ତ୍ବ ଆଧାରରେ ଚତୁରତାର ସହିତ ପଡ଼ୋଶୀ-ପରିଚାଳନା କରୁଥିବା ବ୍ୟକ୍ତି ନିଜ ପ୍ରତିକୂଳ ଭାବାପନ୍ନ ପଡ଼ୋଶୀର ଅପର ପାର୍ଶ୍ବରେ ରହୁଥିବା ପଡ଼ିଶା ସହିତ ମିତ୍ରତା ସ୍ଥାପନ କରି ତାଙ୍କୁ ପ୍ରଭାବିତ କରିବାର ଉଦ୍ୟମ କରନ୍ତି। ଯଦି ସେହି ଚତୁର ବ୍ୟକ୍ତି ନିରନ୍ତର ଉଦ୍ୟମ ଜାରି ରଖନ୍ତି, ତେବେ ନିଶାଣରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଅବଲୀଳା କ୍ରମେ ସାଇପଡ଼ିଶାର ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରି ନିଜ ପକ୍ଷକୁ ଟାଣି ଆଣି ପାରନ୍ତି। କାରଣ ଅସଲ ସତ୍ୟଟି ହେଲା ପଡ଼ୋଶୀମାନେ କ୍ବଚିତ ପ୍ରକୃତରେ ମିତ୍ର ହୋଇଥାଆନ୍ତି! ଏହି ପରିପ୍ରେକ୍ଷୀରେ ସ˚ପ୍ରତି ଦେଖିବାକୁ ମିଳିଥିବା ଚୀନର ପଡ଼ୋଶୀ-ପରିଚାଳନା ଭାରତକୁ ଉପରେ ବର୍ଣ୍ଣନା କରାଯାଇଥିବା ଭଳି ଚୀନ ଦ୍ବାରା ପ୍ରଭାବିତ ପଡ଼ୋଶୀମାନଙ୍କ ଦ୍ବାରା ପରିବେଷ୍ଟିତ ହେବାକୁ ବାଧୢ କଲାଣି। ଏହା ଫଳରେ ଏକ ଦଶନ୍ଧି ପୂର୍ବେ ଦକ୍ଷିଣ ଏସିଆରେ ଅତ୍ୟନ୍ତ ବଳିଷ୍ଠ ଥିବା ଭାରତର ପ୍ରଭାବ ନିଷ୍ପ୍ରଭ ହେବାକୁ ଆରମ୍ଭ କରିଛି। ଏ ସ˚ଦର୍ଭରେ ଉତ୍ତର ପାର୍ଶ୍ବର ପଡ଼ୋଶୀ(ମିତ୍ର?) ନେପାଳ ଓ ଦକ୍ଷିଣସ୍ଥ ପଡ଼ୋଶୀ ଶ୍ରୀଲଙ୍କା ପରେ ବା˚ଲାଦେଶ ଚୀନ ଦ୍ବାରା ବି‌େଶଷ ଭାବେ ପ୍ରଭାବିତ ହୋଇଥିବାର ସଦ୍ୟତମ ଉଦାହରଣ ଏକ ଆଲୋଚନାର ଅପେକ୍ଷାର‌ଖେ।

ସୁତରା˚, ଏଭଳି ଏକ ପରିସ୍ଥିତିରେ ପଡ଼ୋଶୀମାନଙ୍କ ସହିତ ସ˚ପର୍କକୁ ସଜାଡ଼ିବା ଲାଗି କାଳ ବିଳମ୍ବ ନ କରି ଭାରତ ପକ୍ଷରୁ ଉଦ୍ୟମ ପ୍ରାରମ୍ଭ କରାଯିବା ଜରୁରୀ। କହିବା ବାହୁଲ୍ୟ ଯେ ଭାରତର ପ୍ରାୟ ସମସ୍ତ ପଡ଼ୋଶୀ ସାମାଜିକ ତଥା ସା˚ସ୍କୃତିକ ଭାବେ ଭାରତ ସହିତ ଯେଉଁଭଳି ସାଦୃଶ୍ୟ ବହନ କରିଥାଆନ୍ତି, ଚୀନ ସହିତ ସେଭଳି କରି ନ ଥାଆନ୍ତି। ଏହା ଭାରତ ଲାଗି ଏକ ସୁଯୋଗ ହେବା ଉଚିତ। ପଡ଼ୋଶୀମାନଙ୍କ ସହିତ ଉତ୍ତମ ସ˚ପର୍କକୁ ଏକ ହକ୍‌ ଭଳି ବିଚାର କରିବାର ମନୋଭାବ ଭାରତକୁ ତାର ପଡ଼ୋଶୀମାନଙ୍କ ଠାରୁ ଦୂରେଇ ନେବାରେ ଲାଗିଛି। ସମୟର ପରିବର୍ତ୍ତନ ସହିତ ତାଳ ଦେଇ ପଡ଼ୋଶୀମାନଙ୍କ ସହିତ ସ˚ପର୍କକୁ ନୂତନ ଭାବେ ପରିଭାଷିତ କରିବାକୁ ହୋଇଥାଏ। ପଡ଼ୋଶୀ-ପରିଚାଳନାର କୌଶଳ ଏକ ନିରନ୍ତର ଉଦ୍ୟମ। କିନ୍ତୁ ଏଥିରେ ଚୀନର ଏକଚାଟିଆ ରହିବା ଭାରତ ଲାଗି ଆଦୌ ଅନୁକୂଳ ହେବ ନାହିଁ।

LEAVE A REPLY

Please enter your comment!
Please enter your name here