ଶତାୟୁ ସଙ୍ଗୀତକୁ ସରକାର ଦେଲେ ରାଜ୍ୟ ମାନ୍ୟତା: ବନ୍ଦେ ଉତ୍କଳ ଜନନୀ

0
510

ଚାରିଦଶନ୍ଧିର ସଂଘର୍ଷ ପରେ ବାଜିଲା ରାଜ୍ୟ କ୍ୟାବିନେଟର ମୋହର
ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରସ୍ତୁତ କରିବ ସ୍ୱର, ଶୈଳୀ ଓ ରେକର୍ଡିଂ
ବିଦ୍ୟାଳୟପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କ ନିର୍ଦ୍ଦେଶ
ପ୍ରତିଟି ଓଡ଼ିଆର ହୃଦୟେରେ ସ୍ଥାତିତ, ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ଅନବଦ୍ୟ କୃତିକୁ ରାଜ୍ୟ ସଙ୍ଗୀତ ଭାବେ କ୍ୟାବିନେଟ ଆଜି ମୋହର ମାରିଛି । ଏନେଇ ବିଧାନସଭାରେ ବିଲ୍ ପାରିତ ହେବାପରେ ଏହା କାର୍ଯ୍ୟକାରୀ ହେବ । ଆଜିର ଏହି କ୍ୟାବିନେଟ୍ ନିଷ୍ପତ୍ତି ରାଜ୍ୟବାସୀ, ଭାଷା-ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here