ଲକ୍‌ଡାଉନ୍‌ରେ ୬ଟି ରୁଟ୍‌ରେ ଚାଲିବ ମୋ ବସ୍‌

0
544
yt
ch

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ସରକାର ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ‘ମୋ ବସ୍‌’ ସେବା ଜାରି ରହିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କୁହାଯାଇଛି। ତେବେ ଏହିସବୁ ଦିନରେ ମୋ ବସ୍‌ ୬ଟି ରୁଟ୍‌ରେ ଯାତାୟାତ କରିବ। ମୋଟ ୧୭ଟି ବସ୍‌ ଚାଲିବ। ରୁଟ୍‌-୧ରେ ଏୟାରପୋର୍ଟରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ୨ଟି ବସ୍‌, ରୁଟ୍‌-୧୧ରେ ନନ୍ଦନବିହାରରୁ ମାଷ୍ଟରକ୍ୟାଣ୍ଟିନ ଦେଇ ଲିଙ୍ଗିପୁରକୁ ୩ଟି, ରୁଟ୍‌-୧୬ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ କଟକ ସିଡିଏକୁ ୩ଟି, ରୁଟ୍‌-୨୦ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଖୋର୍ଦ୍ଧାକୁ ୩ଟି, ରୁଟ୍‌ -୨୩ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ସମ୍‌ ହସ୍ପିଟାଲକୁ ୩ଟି ଓ ରୁଟ୍‌-୨୭ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏମ୍ସ ପର୍ଯ୍ୟନ୍ତ ୩ଟି ବସ ଚଳାଚଳ କରିବ। ଉକ୍ତ ସ୍ଥାନଗୁଡ଼ିକୁ ପ୍ରତି ୧ ଘଣ୍ଟା ବ୍ୟବଧାନରେ ବସ୍‌ ଯାତାୟାତ କରିବ ବୋଲି କ୍ରୁଟ୍‌ ସାଧାରଣ ପରିଚାଳିକା ଦୀପ୍ତିମୟୀ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here