ଲକଡାଉନ ପାଇଁ ଦୂରଦର୍ଶନରେ ପୁନଃ ପ୍ରସାରଣ ହେବ ‘ରାମାୟଣ’

0
506
bht
gtc

ନୂଆଦିଲ୍ଲୀ : ଲକଡାଉନ ପାଇଁ ଦୂରଦର୍ଶନରେ ପୁନଃ ପ୍ରସାରଣ ହେବ ‘ରାମାୟଣ’। ଲୋକମାନଙ୍କ ମନୋରଞ୍ଜନ କରି ପାରିବେ ସରକାର ସେଥିପ୍ରତି ଦୃଷ୍ଟି ଦେଇଛନ୍ତି । ଏବେ ଦୂରଦର୍ଶନରେ ପୁଣି ଥରେ ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର ଘୋଷଣା କରିଛନ୍ତି।

ପ୍ରକାଶ ଜାବଡ଼େକର ଟ୍ଵିଟ୍ କରି ଲୋକମାନଙ୍କୁ ଏହି ଖୁସୀ ଖବର ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଜନତାଙ୍କ ଦାବିକୁ ଦୃଷ୍ଟିରେ ରଖି ଶନିବାର ଅର୍ଥାତ୍ ମାର୍ଚ୍ଚ 28ରୁ ଦୂରଦର୍ଶନ ଚ୍ୟାନେଲରେ ରାମାୟଣର ପୁନଃ ପ୍ରସାରଣ କରାଯିବ। ପ୍ରଥମ ଏପିସୋଡ ସକାଳ 9ଟାରେ ଏବଂ ଦ୍ଵିତୀୟ ଏପିସୋଡ ରାତ୍ରୀ 9ଟାରେ ପ୍ରସାରଣ ହେବ ।

LEAVE A REPLY

Please enter your comment!
Please enter your name here