ରୋହିତଙ୍କୁ ହରାଇଲେ କୋହଲି

0
52

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍ ୨୯/୦୯ (ବ୍ୟୁରୋ)-  ସୋମବାର ସୁପର୍‌ ଓଭରରେ ମୁମ୍ବାଇ (୧, ୧, ୦, ୪, ୱିକେଟ, ୧ ବାଇ) ମାତ୍ର ୭ ରନ୍‌ କରିଥିଲା। କୋହଲି-ଡି’ଭିଲିୟର୍ସ ଆର୍‌ସିବିକୁ (୧,୧,୦,୪,୧,୪) ରୋମାଞ୍ଚକ ବିଜୟ ଦେଇଥିଲେ। ଯଶପ୍ରୀତ୍ ବୁମରାଙ୍କୁ ଚୌକା ମାରି କୋହଲି ମ୍ୟାଚ୍‌ ଶେଷ କରିଥିଲେ। ଡି’ଭିଲିୟର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ପୂର୍ବରୁ ଲଗାତାର ତୃତୀୟ ମ୍ୟାଚ୍‌ରେ ବିରାଟ କୋହଲି (୧୪, ୧, ୩) ବିଫଳ ହୋଇଥିଲେ। ଆର୍‌ସିବିକୁ ଭଲ ଆରମ୍ଭ ମି‌ଳିଥିଲେ ମଧ୍ୟ କୋହଲି ବ୍ୟକ୍ତିଗତ ଭାବେ ପ୍ରବଳ ଚାପରେ ଥିବାର ତାଙ୍କ ଶାରୀରିକ ଭାଷା କହୁଥିଲା। ୧୧ ବଲ୍‌ ଖେଳିବା ପରେ ଲେଗ୍ ସ୍ପିନର୍‌ ରାହୁଲ ଚହରଙ୍କୁ ଏକ ହାଲକା ସଟ୍‌ ଖେଳି ଏକ୍ସଟ୍ରା କଭର ଅଞ୍ଚଳରେ ଥିବା ପ୍ରତିପକ୍ଷ ଅଧିନାୟକ ରୋହିତ ଶର୍ମାଙ୍କୁ ସହଜ କ୍ୟାଚ୍‌ ଦେଇ ଫେରିଯାଇଥିଲେ। କୋହଲିଙ୍କ ବିଫଳତା ସତ୍ତ୍ବେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୩ ୱିକେଟ୍ ବିନିମୟରେ ୨୦୧ ରନ୍‌ର ବଡ଼ ସ୍କୋର୍‌ କରି ନେଇଥିଲା। ପ୍ରାରମ୍ଭିକ ଯୋଡ଼ି ଦେବଦତ୍ତ ପଡ଼ିକଲ୍ (୫୪, ୪୦ ବଲ) ଏବଂ ଆରୋନ୍ ଫିଞ୍ଚ୍ (୫୨, ୩୫ ବଲ୍‌) ଦୃଢ଼ ମୂଳଦୁଆ ପକାଇଥିଲେ। ଏବି ଡି’ଭିଲିୟର୍ସ (୫୫*, ୨୪ ବଲ) ଏବଂ ଶିଭମ ଦୁବେ (୨୭*, ୧୦ ବଲ) ଭଲରେ ମୁଣ୍ଡି ମାରିଥିଲେ।

LEAVE A REPLY

Please enter your comment!
Please enter your name here